ମହାରାଷ୍ଟ୍ର ରାଜନୈତିକ ସଙ୍କଟ: ସୁପ୍ରିମକୋର୍ଟରେ ପହଞ୍ଚିଲେ ବିଦ୍ରୋହୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ

ମୁମ୍ବାଇ : ମହାରାଷ୍ଟ୍ରରେ ଜାରୀ ରହିଛି ରାଜନୈତିକ ଅସ୍ଥିରତା । ଶାସକ ଓ ବିଦ୍ରୋହୀଙ୍କ ମଧ୍ୟରେ ରାଜନୈତିକ ଯୁଦ୍ଧ ଚାଲିଥିବା ବେଳେ, ଶିବସେନା ବିଦ୍ରୋହୀ ଏକନାଥ ସିନ୍ଦେ ଗୋଷ୍ଠୀ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି।

ବିଦ୍ରୋହୀ ଶିବସେନା ବିଧାୟକଙ୍କ ବିରୋଧରେ ଉପବାଚସ୍ପତି ପଠାଇଥିବା ଅଯୋଗ୍ୟ ନୋଟିସ ବିରୋଧରେ ଏକନାଥ ସିନ୍ଦେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଅଯୋଗ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟରେ ଏକ ଯାଚିକା ଦାୟର କରାଯାଇଛି। ଏଥି ସହିତ ଯାଚିକାରେ ସିନ୍ଦେଙ୍କ ସ୍ଥାନରେ ଅଜୟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା କରିବାକୁ ନେଇ ମଧ୍ୟ ଚ୍ୟାଲେଞ୍ଜ୍‌ କରାଯାଇଛି। ଆସନ୍ତାକାଲି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ,ମହାରାଷ୍ଟ୍ର ବିଧାନସଭା ସଚିବାଳୟ ସିନ୍ଦେଙ୍କ ସମେତ ୧୬ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ସମନ ଜାରି କରିଛନ୍ତି। ଜୁନ ୨୭ ତାରିଖ ସୁଦ୍ଧା ସେମାନଙ୍କଠାରୁ ଲିଖିତ ଉତ୍ତର ମାଗିଛନ୍ତି। ଦଳର ଜାତୀୟ କାର୍ଯ୍ୟନିର୍ବାହୀ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଦ୍ଧବ ଠାକରେଙ୍କୁ ଅନୁମତି ଦେଇଛନ୍ତି।

Related Posts