ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କଲେ ମହେନ୍ଦ୍ର ବଢେଇ

ଭୁବନେଶ୍ୱର,୫/୧(ସତ୍ୟପାଠ ବ୍ୟୁରୋ): ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ହୋଇଛନ୍ତି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢ଼େଇ । କଟକ ରୋଡ୍‌ସ୍ଥିତ ନିଗମ ମୁଖ୍ୟାଳୟରେ ସେ ନିଗମର ଅଧ୍ୟକ୍ଷ ଭାବେ ଭାବେ ଦାୟିତ୍ୱ ନେଇଛନ୍ତି । ଗତବର୍ଷ ନଭେମ୍ବର ୧୭ ତାରିଖରେ ସେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ୧୯୯୭ରେ ଫିସଫେଡ୍‌ରେ ମାର୍କେଟିଂ ଅଫିସର ଭାବେ ମହେନ୍ଦ୍ରଙ୍କ ଚାକିରି କାଳ ଆରମ୍ଭ ହୋଇଥିଲା ।ବିଭାଗୀୟ ପଦୋନ୍ନତି ପାଇ ସେ ୨୦୨୦ରେ ଓଏଏସ୍‌ ର‌୍ୟାଙ୍କ ଅଧିକାରୀ ଭାବେ ବିଭିନ୍ନ ସରକାରୀ ପଦବୀରେ ରହିଥିଲେ । ମହେନ୍ଦ୍ର ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ଗତ ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାରେ ତାଙ୍କର ଉଲ୍ଲେଖନୀୟ ଭୂମିକା ଥିଲା ।

Related Posts