ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡିଲେ ମହେନ୍ଦ୍ର ସିଂହ ଧୋନୀ

ଆଇପିଏଲ ପୂର୍ବରୁ ଧୋନିଙ୍କ ଫ୍ୟାନସ କୁ ବଡ଼ ଝଟକା । ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡିଛନ୍ତି ମହେନ୍ଦ୍ର ସିଂହ ଧୋନୀ । ତାଙ୍କ ବଦଳରେ ଦଳର ଦାୟିତ୍ୱ ନେବେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ।

ଏଥର ଚେନ୍ନାଇ ଟିମ୍ ଜାଡେଜା ଏବଂ ଧୋନୀଙ୍କ ସମେତ ୪ ଜଣ ଖେଳାଳିଙ୍କୁ ରିଟେନ୍ କରିଛି । ଜାଡେଜାଙ୍କୁ ୧୬ କୋଟି ଟଙ୍କାରେ ରିଟେନ୍ କରିଥିଲେ ଫ୍ରାଞ୍ଚାଇଜ୍ । ଯଦିଓ ଧୋନିଙ୍କୁ ଏହି ସିଜନରେ କେବଳ ୧୨କୋଟିରେ ରଖାଯାଇଥିଲା । ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଥିଲା ଯେ ଜାଡେଜାଙ୍କୁ ଅଧିନାୟକ କରାଯିବାର ଯଥେଷ୍ଟ ସମ୍ଭାବନା ଅଛି ।

ସେମାନଙ୍କ ବ୍ୟତୀତ ମୋଏନ୍ ଅଲିଙ୍କୁ ୮ କୋଟିରେ ଏବଂ ରିତୁରାଜ ଗାଇକୱାଡଙ୍କୁ ୬ କୋଟିରେ କିଣାଯାଇଥିଲା । ୨୦୧୨ରେ ଜାଡେଜା ଚେନ୍ନାଇ ସହ ସାମିଲ ହୋଇଥିଲେ । ସେ ସିଏସକେର ତୃତୀୟ କ୍ୟାପଟେନ୍ ହେବେ । ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍ ଅର୍ଥାତ୍ ୨୦୦୮ ର ପ୍ରଥମ ସିଜନ୍ ଠାରୁ ଦଳର ନେତୃତ୍ୱ ନେଉଥିଲେ ।

୨୧୩ ମ୍ୟାଚରେ ଅଧିନାୟକତ୍ୱ କରୁଥିବାବେଳେ ଧୋନି ଦଳକୁ ୧୩୦ଟି ମ୍ୟାଚରେ ବିଜୟୀ କରାଇଛନ୍ତି । ସୁରେଶ ରାଇନା ମଧ୍ୟ ୬ ଟି ମ୍ୟାଚରେ ଅଧିନାୟକତ୍ୱ କରିଛନ୍ତି । ଯେଉଁଥିରୁ ଦଳର କେବଳ ଦୁଇଟି ମ୍ୟାଚ୍ ଜିତିଛନ୍ତି ।

Related Posts