ଜାମ୍ମୁକାଶ୍ମୀରର ପୂର୍ବତନ ରାଜ୍ୟପାଳଙ୍କ ଅଭିଯୋଗକୁ ଭିତ୍ତି କରି ହୋଇପାରେ ସିବିଆଇ ଯାଞ୍ଚ; ଦୁଇଟି ମାମଲାରେ ଲାଞ୍ଚ ଦିଆଯାଇଥିବାର କରିଥିଲେ ଅଭିଯୋଗ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜାମ୍ମୁକାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଅଭିଯୋଗକୁ ଭିତ୍ତି କରି ହୋଇପାରେ ସିବିଆଇ ଯାଞ୍ଚ । ତେବେ ସତ୍ୟପାଲ ମଲିକ କହିଥିଲେ ଯେ ଏକ ଫାଇଲକୁ ଅନୁମୋଦନ କରିବା ପାଇଁ ୩୦୦ କୋଟି ଟଙ୍କାର ଅଫର ଦିଆଯାଇଥିଲା, କିନ୍ତୁ ସେ ଏହି ଡିଲକୁ ବାତିଲ କରିଦେଇଥିଲେ । ତେବେ ସେତେବେଳେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା କହିଥିଲେ ଯେ ପ୍ରଧାନମନ୍ତ୍ରୀ ତାଙ୍କୁ ଦୁର୍ନୀତି ସହ ଆପୋଷ ବୁଝାମଣା ନକରିବାକୁ କହିଥିଲେ। ମଲିକ ରାଜସ୍ଥାନରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଏହି ଦାବି କରିଥିଲେ । ବାସ ଏହା ପରେ ସାରା ଦେଶରେ ଏହାର ଚର୍ଚ୍ଚା ଜୋର ଧରିବାରେ ଲାଗିଥିଲା । ସେପଟେ କଶ୍ମୀର ଯିବା ପରେ ଦୁଇଟି ଫାଇଲ ମୋ ପାଖକୁ ଆସିଥିଲା। ଗୋଟିଏ ଅମ୍ବାନୀଙ୍କ ଫାଇଲ ଏବଂ ଅନ୍ୟଟି ଆରଏସଏସ ସହଯୋଗୀଙ୍କର ଥିଲା ଯିଏ କି ମେହବୁବା ମୁଫତି-ବିଜେପି ମିଳିତ ସରକାରରେ ମନ୍ତ୍ରୀ ଥିଲେ । ଏହି ଫାଇଲ ଆସିବା ପରେ ମୋତେ ସଚିବମାନେ ସୂଚନା ଦେଇଥିଲେ ଯେ ଏଥିରେ ଦୁର୍ନୀତି ହୋଇଛି । ତା’ପରେ ମୁଁ ଉଭୟ ଡିଲକୁ ବାତିଲ କରିଦେଇଥିଲି ।

ସଚିବମାନେ ମୋତେ କହିଥିଲେ ଯେ ଉଭୟ ଫାଇଲ ପାଇଁ ୧୫୦-୧୫୦ କୋଟି ଟଙ୍କା ଦିଆଯିବ। କିନ୍ତୁ ମୁଁ ସେମାନଙ୍କୁ କହିଲି ଯେ ମୁଁ ପାଞ୍ଚଟି କୁର୍ତ୍ତା-ପାଇଜାମା ନେଇ ଆସିଛି ଏବଂ କେବଳ ତାହା ନେଇ ପଳାଇବି । ସତ୍ୟପାଲ ମଲିକ କହିଥିଲେ ଯେ ଜମ୍ମୁକଶ୍ମୀର ହେଉଛି ଦେଶର ଅନ୍ୟତମ ଦୁର୍ନୀତିଗ୍ରସ୍ତ ରାଜ୍ୟ। ସମଗ୍ର ଦେଶରେ ଚାରିରୁ ପାଞ୍ଚ ପ୍ରତିଶତ କମିଶନ ଦିଆଯାଉଥିବାବେଳେ କଶ୍ମୀରରେ ୧୫ ପ୍ରତିଶତ କମିଶନ ଦାବି କରାଯାଏ । ତେବେ ମଲିକଙ୍କ ଏହି ବୟାନକୁ ନେଇ ଜମ୍ମୁକଶ୍ମୀର ପ୍ରଶାସନ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛି । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts