ମା’ କାଳୀଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତରର ଜବାବ୍ ଦେଲେ ମହୁଆ: ଯେଉଁ ବିଷୟରେ ଜ୍ଞାନ ନାହିଁ, ସେ ବିଷୟରେ କହିବା ବନ୍ଦ କର !

ନୂଆଦିଲ୍ଲୀ: ମା’ କାଳୀଙ୍କୁ ନେଇ ଏବେ ଜୋର୍ ଧରିଛି ରାଜନୀତି । ତୃଣମୂଳ କଂଗ୍ରେସର ଲୋକସଭା ସାଂସଦ ମହୁଆ ମଇତ୍ର ଙ୍କ ମନ୍ତବ୍ୟକୁ ନେଇ ମୁହମୁହି ହୋଇଛନ୍ତି ବିଜେପି-ଟିଏମସି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁୁଡେର ଏକ କାର୍ଯ୍ୟକ୍ରମର ଯୋଗ ଦେଇ ମହୁଆ କହିଥିଲେ ଯେ, ମୋ ପାଇଁ କାଳୀ ଜଣେ ମାଂସ ଖାଉଥିବା, ମଦ୍ୟପାନ କରୁଥିବା ଦେବୀ। ତାଙ୍କର ଏଭଳି ମନ୍ତବ୍ୟକୁ ନେଇ ବିବାଦ ଆରମ୍ଭ ହୋଇଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଢ଼ଙ୍ଗରେ ମହୁଆଙ୍କୁ ଜବାବ ଦେଇଥିଲେ।

ରବିବାର ରାମକୃଷ୍ଣ ମଠର ୧୫ତମ ଅଧ୍ୟକ୍ଷ ସ୍ବାମୀ ଆତ୍ମସ୍ଥାନନ୍ଦଙ୍କ ଶତବାର୍ଷିକୀ ସମାରୋହକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଦେବୀ କାଳୀଙ୍କ ଆଶୀର୍ବାଦ ସବୁବେଳେ ଭାରତ ଉପରେ ରହିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ରାମକୃଷ୍ଣ ପରମହଂସଙ୍କୁ ମନେ ପକାଇ କହିଥିଲେ ଯେ ସ୍ବାମୀ ରାମକୃଷ୍ଣ ପରମହଂସ ଜଣେ ସାଧୁ ଯିଏ ତାଙ୍କ ଆଖି ସାମ୍ନାରେ ମା’ କାଳୀଙ୍କୁ ଦେଖିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗର କାଲୀ ପୂଜା ଏବଂ ସ୍ୱାମୀ ବିବେକାନନ୍ଦଙ୍କୁ ମଧ୍ୟ ମନେ ପକାଇ କହିଥିଲେ‌ ଯେ,, “ସ୍ବାମୀ ବିବେକାନନ୍ଦଙ୍କ ଜଣେ ବଡ଼ ବ୍ୟକ୍ତିତ୍ବ ଥିଲେ ହେଲେ ସେ ଦେବୀ କାଳୀଙ୍କ ଆଗରେ ଭକ୍ତିଭାବରେ ପିଲା ପରି ହୋଇଯାଉଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏଭଳି ଭାଷଣକୁ ପ୍ରଶଂସା କରି ‘ବିଜେପି’ ଆଇ-ଟି-ଇନ୍‌-ଚାର୍ଜ ଅମିତ ମାଲବିୟ ଟିଏମସିକୁ ଟା‌‌ର୍ଗେଟ କରିଥିଲେ।

ଏବେ ଏହାର ଜବାବ ଦେବାକୁ ଯାଇ ମହୁଆ କହିଛନ୍ତି ଯେ, ପଞ୍ଚିମବଙ୍ଗ ପାଇଁ ଥିବା ବିଜେପିର ଟ୍ରୋଲ୍-ଇନ୍-ଚାର୍ଜଙ୍କୁ ଉପଦେଶ ଦେବାକୁୁ ଚାହୁଁଛି ଯେ, ‌ସେ ନିଜ ମାଲିକଙ୍କୁ ଜ୍ଞାନ ନଥିବା ବିଷୟରେ କୌଣସି ମନ୍ତବ୍ୟ ଦେବା ପାଇଁ ମନା କରନ୍ତୁ। ଦିଦି ଓ ଦିଦି କହି ଟିଏମସିକୁ ସମାଲୋଚନା କରିଥିବା ବିଜେପି ନିର୍ବାଚନରେ ହାରିଥିଲା। ଏ‌ବେ ମା’ ଓ ମା’ କହୁଥିବା ବିଜେପି ଛାତିରେ ମା’ କାଳୀ ଗୋଡ଼ ରଖିବେ।

Related Posts