ରାଜଧାନୀ ଦିଲ୍ଲୀରେ ବଡ଼ ଦୁର୍ଘଟଣା: ଭୁଶୁଡ଼ି ପଡିଲା ବିଲ୍ଡିଂ, ଏକାଧିକ ଚାପି ହୋଇଥିବା ସୂଚନା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ବଡ଼ ଧରଣରୁ ଦୁର୍ଘଟଣା । ଦିଲ୍ଲୀ ଲାହୋରୀ ଗେଟ୍‌ ଏରିଆରେ ଏକ ବିଲ୍ଡିଂ ଭୁଶୁଡ଼ି ପଡ଼ିଛି। ଫଳରେ ଏହାର ତଳେ ଏକାଧିକ ଲୋକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। ଏଥିରେ ଏପର୍ଯ୍ୟନ୍ତ ୫ ଜଣ ଆହତ ହୋଇଥିବା ସୂଚନା ମିଳିଥିବା ବେଳେ ମୃତାହତଙ୍କ ସ୍ପଷ୍ଟ ସୂଚନା ମିଳି ନାହିଁ।

ଦୁର୍ଘଟଣା ନେଇ ସନ୍ଧ୍ୟା ୭.୩୦ ମିନିଟ୍‌ରେ ଦମକଳବାହିନୀକୁ ସୂଚନା ଦିଆଯାଇଥିଲା। ଖବର ପାଇଁ ୫ଟି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ତେବେ ପାଖାପାଖି ୪ ଜଣ ଲୋକେ ଭୁଶୁଡ଼ି ପଡ଼ିଥିବା କୋଠା ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି।

Related Posts