ଭୁବନେଶ୍ବର: ରାଜ୍ୟ ସରକାର ଶୁକ୍ରବାର IPS ଅଫିସର ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି । ଯାହା ଆଶା କରାଯାଉଥିଲା ତାହା ହୋଇଛି, ବଦଳିଛନ୍ତି ଟ୍ୱିନସିଟିର DCP । ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । କଟକର ନୂଆ ଡିସିପି ଭାବେ ପିନାକ ମିଶ୍ରଙ୍କୁ ଅବସ୍ଥାପିତ କରାଯାଇଥିବା ବେଳେ ପ୍ରତିକ ସିଂଙ୍କୁ ମିଳିଛି ଭୁବନେଶ୍ବର ଡିସିପି ଦାଇତ୍ବ ।
ସେହିପରି ମନୋଜ କୁମାର ଛାବ୍ରାଙ୍କୁ ଜେଲ୍ ବିଭାଗ ଡିଜି, ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଡିଜି ଫାୟାର ସର୍ଭିସ, ଏବଂ ସଞ୍ଜୀବ କୁମାର ପଣ୍ଡାଙ୍କୁ ଗୁଇନ୍ଦା ଦାଇତ୍ବ ଦିଆଯାଇଛି । ସେପଟେ ଚର୍ଚ୍ଚିତ ଆଇପିଏସ୍ ଅଫିସର ଅରୁଣ ବୋଥ୍ରାଙ୍କୁ କ୍ରାଇମ୍ବ୍ରାଞ୍ଚ ଏଡିଜି କରାଯାଇଥିବା ବେଳେ ଆଇଜିପି କମ୍ୟୁନିକେସନର ଦାଇତ୍ବ ମିଳିଛି ଏସ୍. କେ. ଗଜଭିୟେ । ଆହୁରି ମଧ୍ୟ ହୋମଗାର୍ଡ ଆଇଜିପି ଥିବା ସଫିନ୍ ଅହମ୍ମଦ କେ. ଙ୍କୁ ଆଇଜିପି HRPCର ଭାର ଏବଂ ଉମାଶଙ୍କର ଦାଶଙ୍କୁ ଅତିରିକ୍ତ ସିପି(ଭୁବନେଶ୍ବର-କଟକ) ଦାଇତ୍ବ ମିଳିଛି ।
ତେବେ ନୀତି ଶେଖରଙ୍କୁ ପଶ୍ଚିମାଞ୍ଚଳ ଡିଆଇଜି ପଦକୁ ବଦଳି କରାଯାଇଛି । ଅପରପକ୍ଷେ ପରମାର ସ୍ମିଥ୍ଙ୍କୁ ବରଗଡ଼ ଏସ୍ପି, ରାହୁଲ ଜୈନଙ୍କୁ ଝାରସୁଗୁ଼ଡ଼ା ଏସ୍ପି, ଶ୍ରବଣ ବିବେକଙ୍କୁ ବ୍ରହ୍ମପୁର ଏସ୍ପି, ସିଦ୍ଧାର୍ଥ କଟରିୟାଙ୍କୁ ଖୋର୍ଦ୍ଧା ଏସ୍ପି, ଏସ୍. ସୁଶ୍ରୀଙ୍କୁ ନବରଙ୍ଗପୁର ଏସ୍ପି, ଅଭିଳାଷ ଜିଙ୍କୁ କଳାହାଣ୍ଡି ଏସ୍ପି ଏବଂ ଅଲେଖ ପହିଙ୍କୁ ନୟାଗଡ଼ ଏସ୍ପି ଦାଇତ୍ବ ମିଳିଛି ।
ଟ୍ରାଫିକ ଡିସିପି ପଦବୀରେ ଥିବା ଏସ୍ ସୁଶ୍ରୀଙ୍କୁ ନବରଙ୍ଗପୁର ଏସପି ଭାବେ ବଦଳି କରାଯାଇଛି । ସେହିଭଳି କଳାହାଣ୍ଡିର ଏସପି ଭାବେ ଅବସ୍ଥାପିତ ହୋଇଛନ୍ତି ଅଭିଳାଶ ଜି । ସେ ବର୍ତ୍ତମାନ ଏସପି, ନାର୍କୋଟିକ୍ସ ଏସଟିଏଫ୍ ପଦବୀରେ ଅଛନ୍ତି ।