କେନ୍ଦ୍ର କ୍ୟାବିନେଟର ନିଷ୍ପତି; ଅନୁସୂଚିତ ଜନଜାତି ତାଲିକାରେ ସାମିଲ ହେଲେ ଆଉ ୧୫ଟି ସମ୍ପ୍ରଦାୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଅନୁସୂଚିତ ଜନଜାତିଙ୍କୁ ନେଇ ଏକ ବଡ଼ ନିଷ୍ପତ୍ତି ହୋଇଛି। ଏଥିରେ ଛତିଶଗଡ଼, ହୀମାଚଳ ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଓ ଉତ୍ତରପ୍ରଦେଶର କେତେକ ଆଦିବାସୀ ସମୂଦାୟକୁ ଅନୁସୂଚିତ ଜନଜାତି ଶ୍ରେଣୀରେ ସାମିଲ ଲାଗି ପ୍ରସ୍ତାବକୁ ମଞ୍ଜୁରୀ ମିଳିଯାଇଛି।କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ଓ ଅନୁରାଗ ଠାକୁର ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି।

ଠାକୁର କହିଛନ୍ତି ଯେ ଦେଶର ପାଞ୍ଚଟି ରାଜ୍ୟର ଜାତିକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରାଯାଇଛି। ୟୁପିର ୧୩ଟି ଜିଲ୍ଲାରେ ୧୫ଟି ଆଦିବାସୀ ସମ୍ପ୍ରଦାୟ (ଗୋଣ୍ଡ ଜାତି) ଲୋକଙ୍କୁ ଅନୁସୂଚିତ ଜାତିରୁ ହଟାଇ ଅନୁସୂଚିତ ଜନଜାତିରେ ସାମିଲ କରାଯାଇଛି। ଏହା ବ୍ୟତୀତ ଗୋଣ୍ଡ ଜାତି, ଧୁରିଆ, ନାୟକ, ଓଝା, ପଠାରୀ, ରାଜଗୋଣ୍ଡର ପାଞ୍ଚଟି ଉପ-ଜାତି ଅନୁସୂଚିତ ଜନଜାତିରେ ସାମିଲ କରାଯାଇଛି।ସମୁଦାୟ ୧୨ଟି ଜାତି ଅଛି ଯାହାକି ଅନୁସୂଚିତ ଜନଜାତିରେ ଅନ୍ତର୍ଭୁକ୍ତ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏନେଇ କହିଛନ୍ତି ଯେ ଲୋକମାନେ ଏହାକୁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। ଲୋକଙ୍କ ଚାହିଦା ଆଜି ପୂରଣ ହୋଇଛି। ଏହା ଏକ ଐଶ୍ଵତିହାସିକ ଦିନ ବୋଲି ସେ କହିଛନ୍ତି ।

Related Posts