ରାଜଧାନୀରେ ବଡ଼ ସଡ଼କ ଦୁର୍ଘଟଣା: ରାସ୍ତା କଡ ଡିଭାଇଡର୍ ଉପରେ ଶୋଇଥିବା ବେଳେ, ମାଡ଼ିଗଲା ଟ୍ରକ୍, ୪ ମୃତ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ବଡ଼ ସଡକ ଦୁର୍ଘଟଣା । ଦ୍ରୁତ ଗତି ହେତୁ ୪ ଜଣଙ୍କ ଜୀବନ ଚାଲିଯାଇଛି । ଶୋଇଥିବା ବେଳେ ଟ୍ରକ୍ ମାଡିଯିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ରାସ୍ତା କଡରେ ଥିବା ଡିଭାଇଡର୍ ଉପରେ ଶୋଇଥିଲେ ଲୋକେ ଶୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ଖବର ଅନୁଯାୟୀ, ବିଳମ୍ୱିତ ରାତି ୧.୫୧ ସମୟରେ ଏହି ଦୁର୍ଘଟଣା ଘଟଣା ଘଟିଛି । ରାଜଧାନୀ ରାଜ ରାସ୍ତାରେ ଅଜଣା ଗାଡି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ସେମାପୁରୀରେ ଡିଟିସି ଡିପୋ ରେଡଲାଇଟ୍ ଅତିକ୍ରମ କରୁଥିବାବେଳେ ଏହି ଟ୍ରକ୍ ରାସ୍ତା କଡ ଡିଭାଇଡର୍ ଉପରେ ଶୋଇଥିବା ଲୋକଙ୍କ ଉପରେ ଚଢିଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ସେହିପରି ଏହି ଦୁର୍ଘଟଣାରେ ଆଉ ୨ଜଣ ଗୁରୁତରଙ୍କୁ ମେଡିକାଲରେ ଚିକିତ୍ସା ଜାରି ରହିଛି ।

ସେପଟେ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ଅନ୍ଧକାରର ସୁଯୋଗ ନେଇ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଟ୍ରକ ସହିତ ଫେରର ହୋଇଯାଇଥିବା ସୂଚନା ମିଳୁଛି । ପୋଲିସ ବିଭିନ୍ନ ଟିମ୍‌ ଗଠନ କରି ଛାନ୍‌ଭିନ୍‌ ଜାରି ରଖିଛି ।

Related Posts