କରୋନାରେ ସଂକ୍ରମିତ ହେଲେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଦେଶରେ କରୋନାର ତୃତୀୟ ଲୋହର କାୟା ବିସ୍ତାର କରିବାରେ ଲାଗିଛି । ସାଧାରଣ ଜନତାଙ୍କ ଠାରୁ ରାଜନେତା ପର୍ଯ୍ୟନ୍ତ ସମସ୍ତେ କରୋନାରେ ସଂକ୍ରମିତ ହେଉଥିବାର କଥା ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୈଠକ କ୍ରମାଗତ ଭାବରେ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଆଜି ମୁଖ୍ୟମନ୍ତ୍ରୀଙ୍କ ବୈଠକ ଡ଼ାକିଛନ୍ତି । ଏହି ବୈଠଳରେ ଦେଶରେ କରୋନା ମହାମାରୀରୁ ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା ହେବା ସହିତ ଏହାର ପଦକ୍ଷେପ ଉପରେ ମଧ୍ୟ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି ।

ଚିନ୍ତାର ବିଷୟ ହେଉଛି ଦେଶର ୩୦୦ ଟି ଜିଲ୍ଲାରେ ସଂକ୍ରମଣ ହାର ପାଞ୍ଚ ପ୍ରତିଶତରୁ ଅଧିକ ହୋଇଛି। ଏହା ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ କରୋନାରେ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତ ହେବା ପରେ କଂଗ୍ରେସ ନେତା ଘରେ ଅଲଗା ହୋଇ ରହିଥିବାର ସୂଚନା ମିଳିଛି । ଦେଶରେ ଦ୍ୱିତୀୟ ତରଙ୍ଗ ଭଳି ପରିସ୍ଥିତି ପୁଣି ଥରେ ଆରମ୍ଭ ହୋଇଛି । ଗତ ବର୍ଷ ମେ ଭଳି ବର୍ତ୍ତମାନ ଦେଶରେ କରୋନା ବିପର୍ଯ୍ୟୟ ଘଙ୍କାଇବାରେ ଲାଗିଛି । ଯାହା ସମଗ୍ର ଦେଶବାସୀଙ୍କୁ ଚିନ୍ତାରେ ପକାଇଛି ।

Related Posts