ଭାରତ ଆସିଥିବା ୮ ଚିତାଙ୍କ ନାମକରଣ କରି ମୋଦି ସରକାରକୁ କଟାକ୍ଷ କଲେ ମଲ୍ଲିକାର୍ଜୁନ ଖର୍ଗେ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରେ ନାମିବିଆରୁ ଆଣାଯାଇଥିବା ୮ ଚିତାଙ୍କୁ କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ। ଏହି ଚିତାମାନଙ୍କର ଆଗମନ ସହିତ ଗୋଟିଏ ପଟେ ଦେଶରେ ଲୋକଙ୍କ ମଧ୍ୟରେ ଖୁସିଥିବାବେଳେ ଅପରପକ୍ଷରେ ଏହି ଘଟଣାରେ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ‘ପ୍ରଜେକ୍ଟ ଚିତା’ ବିବାଦରେ ଏବେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖର୍ଗେ ନିଜର ପ୍ରତିକ୍ରିୟା ଦେଇଛନ୍ତି ।୮ଟି ଚିତାବାଘଙ୍କୁ ନେଇ ସେ ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହା ସହିତ ସେ ଚିତାଙ୍କ ନୂତନ ନାମ କରଣ କରି ସରକାରଙ୍କୁ କଟାକ୍ଷ କରିଛନ୍ତି।

ମଲ୍ଲିକାର୍ଜୁନ ଖର୍ଗେ ଟୁଇଟ କରି ଏହି ଘଟଣାରେ ମୋଦି ସରକାରଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ମୋଦି ସରକାର ଆଣିଥିବା ୮ ଟି ଚିତାଙ୍କ ନାମ ହେଉଛି ବେକାରୀ, ମୁଦ୍ରାସ୍ଫୀତି, ଦାରିଦ୍ର୍ୟ , କ୍ଷୁଧା, ସାମ୍ପ୍ରଦାୟିକତା, ଘୃଣା, ହିଂସା ଏବଂ ଦମନ। ସେମାନଙ୍କୁ ଭାରତର ଲୋକଙ୍କ ଉପରେ ଆକ୍ରମଣ କରିବାକୁ ମୋଦି ସରକାର ଖୋଲା ଛାଡି ଦେଇଛନ୍ତି ବୋଲି ସେ କହିଛନ୍ତି।

Related Posts