
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :ଦିଦିଙ୍କ କ୍ଷାତିରି ନାହିଁ ଡବଲ ମ୍ୟୁଟାଣ୍ଟ ଭାଇରସକୁ।ବିଶେଷ କରି ଅମ୍ଳଜାନ ଅଭାବ ଏବଂ ଟିକା ମୂଲ୍ୟ ଦୃଷ୍ଟିରୁ କରୋନା ଭାଇରସ୍ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କେନ୍ଦ୍ରସରକାରଙ୍କୁ ସମାଲୋଚନା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ଭାଷଣ ଦେବା ଛଡା ଆଉ କିଛି ଜାଣିନାହାନ୍ତି । ୱେଷ୍ଟବେଙ୍ଗଲରେ ନିର୍ବାଚନ ଚାଲୁଥିବା ହେତୁ ଦିଦି କହିଛନ୍ତି, ରାଜ୍ୟରେ ଥିବା କୋଭିଡ ରୋଗୀମାନେ ଭୋଟ୍ ଦେବା ଉଚିତ୍ ଏବଂ ସେମାନଙ୍କ ପାଇଁ ସଠିକ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଦାୟିତ୍ୱ ଦେଇଛି । ସେ ପୁଣି କହିଛନ୍ତି, “କୋଭିଡ ବିଷୟରେ ଚିନ୍ତା କର ନାହିଁ । ମୁଁ ତୁମର ଜଗୁଆଳି ଅଛି ।” ଗତ ସପ୍ତାହରେ କୋଭିଡକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ସମାବେଶକୁ ବାତିଲ କରିବା ପରେ ମୁରସିଦାବାଦ ଜିଲ୍ଲାର ବେହରାମପୁରରେ ଆୟୋଜିତ ଏକ ଭର୍ଚୁଆଲ୍ ରାଲିରେ ମମତା ବାନାର୍ଜୀ କହିଛନ୍ତି ଯେ, ମୁଁ “ରାଜନୈତିକ ରାଲି ଅପେକ୍ଷା, କରୋନା ମିଟିଙ୍ଗ ଅଧିକ କରୁଛି”। ୱେଷ୍ଟବେଙ୍ଗଲରେ ଦିନକୁ ଦିନ କରୋନା ରେ ପରିସ୍ଥିତି ବିଗିଡ଼ିବା ବାରେ ଲାଗିଛି। ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି। କିଛି ଦିନ ତଳେ ବଡ ବଡ ନେତା ମାନଙ୍କ ଦ୍ଵାରା ହେଉଥିବା ରାଲି ପାଇଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ନେତା ମାନଙ୍କୁ ସମାଲୋଚିତ ହେବାକୁ ପଡୁଛି। ନିର୍ବାଚନ ଆୟୋଗ ଏକାଧିକ କଟକଣା ଲଗାଇବା ସହିତ ରାଲି ବନ୍ଦକରା ଯାଇଛି। ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଚାରିଟି ନିର୍ଦ୍ଧାରିତ ରାଲିକୁ ବାତିଲ କରିଛନ୍ତି। ଦିଦି କହିଛନ୍ତି, “ପ୍ରଧାନମନ୍ତ୍ରୀ ମନକି ବାତ କରୁଛନ୍ତି। ଏହାକୁ ଶୁଣିବାକୁ କାହାର ଇଚ୍ଛା ନାହିଁ ? ଆମକୁ କୋଭିଡ ରୁ ଉଦ୍ଧାର ପାଇବା ବାଟ ଦରକାର। ଆମର ଅମ୍ଳଜାନ ଉତ୍ତରପ୍ରଦେଶକୁ ପଠାଯାଉଛି।” ବୋଲି କହିଛନ୍ତି । ଏହା ମଧ୍ୟ କହିଛନ୍ତି ବଙ୍ଗଳା ନିର୍ବାଚନକୁ ସାମଗ୍ରଦେଶ ଗରୁତପୂର୍ଣ ସହ ଦେଖୁଛି। ସେ ଆଉ କହିଛନ୍ତି, “ମୋଦୀ କେବଳ ଭାଷଣଦେଇ ପଳାଇବା ଜାଣିଛନ୍ତି । ଯଦି ବର୍ତ୍ତମାନ ସୁଦ୍ଧା ଟିକା ଦିଆଯାଉଥାନ୍ତା ତେବେ ଏହି ରୋଗ ଏପରି ପରିସ୍ଥିତି ହୋଇନଥାନ୍ତା। ସେ ୮୦ ଟି ଦେଶକୁ ଟିକା ମାଗଣାରେ ପଠାଇଥିଲେ।” ସେପଟେ ବିଜେପି ଶାସିତ ରାଜ୍ୟମାନେ ପରିସ୍ଥିତିକୁ ଲୁଚାଇବା ପାଇଁ ଚେଷ୍ଟା କରୁଥିବାରୁ ସେ ଏହାକୁ ନିନ୍ଦା କରୁଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି, “ଉତ୍ତରପ୍ରଦେଶ ଶ୍ମଶାନ ପରିସରରେ କାନ୍ଥ ଲଗାଯାଇଛି । ଆସାମ ଏବଂ ତ୍ରିପୁରାରେ ମଧ୍ୟ ସମାନ।” ସେ କହିଛନ୍ତି ଯେ ବେଙ୍ଗଲରେ କୋଭିଡ ରୋଗୀଙ୍କ ପାଇଁ ୬୦ ପ୍ରତିଶତ ଶଯ୍ୟା ରଖିବାକୁ ୧୦୦ ବେସରକାରୀ ଡାକ୍ତରଖାନା କୁହାଯାଇଛି। ଏହା ମଧ୍ୟ କହିଛନ୍ତି “ପ୍ରଧାନମନ୍ତ୍ରୀ କହୁଛନ୍ତି ”one nation, one leader’,ଟିକା ପାଇଁ ଗୋଟିଏ ମୂଲ୍ୟ କାହିଁକି ନୁହେଁ? କେନ୍ଦ୍ର ପାଇଁ ଗୋଟିଏ ମୂଲ୍ୟ ଏବଂ ରାଜ୍ୟ ପାଇଁ ଅଲଗା କାହିଁକି ? ସମସ୍ତ ଟିକା ଗୁଜୁରାଟ ଏବଂ ଉତ୍ତରପ୍ରଦେଶକୁ କାହିଁକି ଯାଉଛି?” ଶନିବାର ପର୍ଯ୍ୟନ୍ତ, ବଙ୍ଗଳା ଏପର୍ଯ୍ୟନ୍ତ ୯୯,୩୭,୦୬୯ ଲୋକଙ୍କୁ ଟୀକାକରଣ କରିଛି। ରାଜ୍ୟରେ ଆଉ ଦୁଇଟି ରାଉଣ୍ଡ ନିର୍ବାଚନ ବାକି ଅଛି। ସପ୍ତମ ପର୍ଯ୍ୟାୟ ମତଦାନ ଆସନ୍ତାକାଲି, ଶେଷ ପର୍ଯ୍ୟାୟ ଏପ୍ରିଲ ୨୯ ରେ ଅନୁଷ୍ଠିତ ହେବ। ଭୋଟ୍ ଗଣନା ମେ ୨ରେ ହେବ।