ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ୨୮ରୁ ପଞ୍ଜିକରଣ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର ; ମେ ପହିଲାରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଟିକାକରଣ ନେଇ କେନ୍ଦ୍ର ସରକାର ଘେଷଣା କରିଛନ୍ତି । ଓଡିଶାରେ ତୃତୀୟ ପର୍ଯ୍ୟାୟ ଟିକାକରଣ ନେଇ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି , ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏଥିପାଇଁ ଏପ୍ରିଲ ୨୮ ତାରିଖରୁ ପଞ୍ଜିକରଣ ଆରମ୍ଭ ହେବ । ତେବେ ଟିକାକରଣ ପାଇଁ କୋ-ୱିନ୍ ଆପ୍ ରେ ପଞ୍ଜିକରଣ କରିପାରିବେ । ଏହି ଆପ୍ ରେ ଗୋଟିଏ ପଞ୍ଜିକରଣ ଓ ଆପଏଣ୍ଟମେଣ୍ଟପ୍ରକ୍ରିୟା ରହିଛି । ପଞ୍ଜିକରଣ ପରେ ଟିକାକୁ ଦେଖି ସ୍ଲଟ ବୁକ୍ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଘୋଷଣା କରିଛନ୍ତି । ଟିକା ଆସିବା ପରେ କେଉଁଦିନ କେଉଁଠି ଟିକା ନେବେ ତାହା ମେସେଜ ଜରିଆରେ ଜଣାଇ ଦିଆଯିବ । ତାଙ୍କ ସୂଚନା ମୁତାବକ , ରାଜ୍ୟରେ ଏବେ ୫୫ ଲ୩ ୫୫ ହଜାର ୩୮୦ ଡୋଜ ଟିକା ଦିଆଯାଇଛି । ବର୍ତ୍ତମାନ ରାଜ୍ୟରେ ୨.୦୫ ଲକ୍ଷ କୋଭିଶିଲ୍ଡ ଓ ୩.୭ ଲକ୍ଷ କୋଭାକ୍ସିନ ଟିକା ମହଜୁଦ ଅଛି । ତେବେ ଯେଉଁମାନେ ପ୍ରଥମ ଡୋଜ ଟିକା ଘରୋଇ ମେଡିକାଲରେ ନେଇଛନ୍ତି ସେମାନେ ୨ୟ ଡୋଜ ଟିକା ସରକାରୀ ହସ୍ପିଟାଲରେ ମାଗଣାରେ ନେଇପାରିବେ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨ କୋଟି ନାଗରିକଙ୍କୁ ମାଗଣା କରୋନା ଟିକା ନେଇ ଘୋଷଣା କରିଛନ୍ତି । ଏଥିପାଇଁ ରାଜକୋଷରୁ ୨୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

Related Posts