ପ୍ରତି ଦୁଇ ମାସରେ ଦିଲ୍ଲୀ ଆସିବେ ମମତା, କଲିକତା ଯିବା ପୂର୍ବରୁ ମମତା ବାନାର୍ଜୀଙ୍କ ବଡ ଘୋଷଣା

mamata banarjee


(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୫ ଦିନିଆ ଦିଲ୍ଲୀ ଗସ୍ତ ସାରି ଆଜି କଲିକତା ଫେରିଛନ୍ତି । କଲିକତା ଯିବା ପୂର୍ବରୁ ମମତା ବଡ ଘୋଷଣା କରିଛନ୍ତି । ଯାହା ପରେ ଦେଶରେ ରାଜନୈତିକ ମାହଲ ବେଶ ସରଗରମ ହୋଇ ଉଠିଛି । ତେବେ ପ୍ରତି ଦୁଇ ମାସରେ ଥରେ ରାଜଧାନୀ ଗସ୍ତ କରିବେ ବୋଲି ମମତା ବାନର୍ଜୀ ଘୋଷଣା କରିଛନ୍ତି । ଏହା ସହ ବିରୋଧୀ ଏକତା ଉପରେ ଜୋର ଦେଇ ମମତା କହିଛନ୍ତି ଆମର ସ୍ଳୋଗାନ ହେଉଛି ଲୋକତନ୍ତ୍ର ବଞ୍ଚାଅ, ଦେଶ ବଞ୍ଚାଅ ।

ଏପରି କରିବା ଦ୍ୱାରା ମମତା ଆସନ୍ତା ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଳ୍ପ ହେବାକୁ ପ୍ରୟାସ ଚଳାଇଥିବାର ସୂଚନା ମିଳିଛି । ପଶ୍ଚିମବଙ୍ଗରେ କ୍ରମାଗତ ତୃତୀୟ ଥର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଦିଲ୍ଲୀ ଗସ୍ତକୁ ସଫଳ ଦର୍ଶାଇ ମମତା କହିଛନ୍ତି, ସେ ରାଜନୈତିକ ଉଦ୍ଦେଶ୍ୟରେ ଅନେକ ବ୍ୟକ୍ତିଙ୍କୁ ଭେଟିଛନ୍ତି। ସେ ଚାହାଁନ୍ତି ଗଣତନ୍ତ୍ର ଜାରି ରହୁ। ମମତା ୫ ଦିନିଆ ଗସ୍ତରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଏନସିପି ଅଧ୍ୟକ୍ଷ ଶରଦ ପାଓ୍ଵାର, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ସହିତ ବିରୋଧୀ ଦଳର ଅନେକ ନେତାଙ୍କୁ ଭେଟିଛନ୍ତି।

ଏଥିସହ ୨୦୨୪ରେ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ। ଏହା ସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ଅପରିପକ୍ଷରେ ମମତା ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ କଥା ହୋଇଛନ୍ତି ବୋଲି ମମତା କହିଛନ୍ତି । କରୋନା ମହାମାରୀ ପାଇଁ ସେ ଅନେକ ନେତାଙ୍କ ସହ ସାକ୍ଷାତ କରି ପାରିଲେନି ।

ତେଣୁ ପ୍ରତି ଦୁଇ ମାସରେ ସେ ଦିଲ୍ଲୀ ଗସ୍ତରେ ଆସିବେ ବୋଲି ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି ମମତା ବାନାର୍ଜୀ । ଟିଏମସି ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୃଷି ଆଇନ ଓ ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ନେଇ ମୋଦୀ ସରକାରଙ୍କୁ ଟାଗେର୍ଟ କରିଛନ୍ତି । ସେ କହିଛନ୍ତି କୃଷକଙ୍କୁ ଆମର ପୁର୍ଣ୍ଣ ସମର୍ଥନ ରହିଛି ।

Related Posts