ଅଲମ୍ପିକ୍ସ ବିଜେତା ମୀରବାଇ ଚାନୁଙ୍କ ଚଟାଣରେ ବସି ଖାଉଥିବା ସମୟର ଫଟୋ ଭାଇରାଲ, ଫଟୋ ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କଲେ ଅଭିନେତା ଆର ମାଧବନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସରେ ବିଜୟ ସହିତ ଭାରତ ପାଇଁ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ମଣିପୁରର ମୀରାବାଇ ଚାନୁ। ୨୦୧୬ ରିଓ ଅଲିମ୍ପିକ୍‌ ପରେ ମୀରାବାଇ ଚାନୁ ଖୁବ୍ ଭାଙ୍ଗି ପଡିଥିଲେ। କିନ୍ତୁ ଟୋକିଓରେ ତାଙ୍କର ଏହି ବିଜୟକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି। ସାରା ଦେଶରେ ତାଙ୍କର ଜିତିବାର ଖୁସି ରହିଛି। ଚାନୁଙ୍କୁ ଆଦର୍ଶ ବୋଲି କୁହାଯାଉଛି। ତେବେ ଏହା ଭିତରେ ଚାନୁଙ୍କର ଏକ ଫଟୋ । ଏହି ଫଟୋଟିରେ ମୀରାବାଇ ସିଲଭର ମେଡାଲ ପାଇ ଘରକୁ ଫେରିବା ପରେ ସେ ଚଟାଣରେ ବସି ଖାଉଥିବାର ଦେଖିବାକୁ ମିଳିଛନ୍ତି।

ମିରବାଇ ଚାନୁଙ୍କ ଏହି ଫଟୋ ଭାଇରାଲ ହେବା ପରେ ଭେଟେରାନ୍ ଅଭିନେତା ଆର ମାଧବନ ଏହି ଫଟୋ ଉପରେ ପ୍ରତିକ୍ରିୟା ରଖିଛନ୍ତି। ମାଧବନ୍ ଟ୍ବିଟ୍ କରି ଲେଖିଛନ୍ତି, “ଏହା କେବେବି ସତ ହୋଇପାରିବ ନାହିଁ। ଏହା ଉପରେ କହିବାକୁ ମୋ ପାଖରେ କୌଣସି ଶବ୍ଦ ନାହିଁ। ”

ରାଜୀବ ଗୋଇ ନାମକ ଜଣେ ୟୁଜର ଟ୍ବିଟ୍ କରି କହିଛନ୍ତି ଯେ, ”  ଟୋକିଓ ଅଲିମ୍ପିକରେ ସିଲଭର ପଦକ ଜିତିବା ପରେ ନିଜ ଜନ୍ମସ୍ଥାନ ମଣିପୁରକୁ ଫେରିଆସିଛନ୍ତି ସାଇଖୋମ୍ ମୀରାବାଇ ଚାନୁ। ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଦାରିଦ୍ର୍ୟ ! ସେ ସମସ୍ତଙ୍କ ପାଇଁ ଜଣେ ପ୍ରକୃତ ପ୍ରେରଣା! ” 

ମୀରାବାଇ ଚାନୁଙ୍କ ସଫଳତାକୁ ନେଇ ମାଧବନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ଚାନୁଙ୍କ ସୁନା କାନଫୁଲର ଏକ ଫଟୋ ସେୟାର କରିଥିଲେ । ଚାନୁ ଏହି ରିଙ୍ଗ୍ କୁ ଅଲମ୍ପିକ୍ ମ୍ୟାଚ୍ ସମୟରେ ପିନ୍ଧିଥିଲେ।  ଏହି କାନଫୁଲ ଚାନୁଙ୍କ ମା’ ତାଙ୍କୁ ଉପହାର ଦେଇଥିଲେ। ସେହି ରିଙ୍ଗ୍ ଟି ଅଲିମ୍ପିକ୍ ରିଙ୍ଗ ଆକୃତିର ଥିଲା।

  ଟୋକିଓ ଅଲିମ୍ପିକ୍ସରେ ଭାରୋତ୍ତୋଳନରେ ମିରବାଇ ଚାନୁ ରୌପ୍ୟ ପଦକ ଜିତିଥିଲେ। ତାଙ୍କର ଏହି ବିଜୟକୁ ସାରା ଦେଶବାସୀ ସେଲିବ୍ରେଟ୍ କରୁଛନ୍ତି। ବଲିଉଡର ଅଭିନେତା ମାନେ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। 

 ଭେଟେରାନ୍ ଅଭିନେତା ଫରହାନ୍ ଅଖତର, ଯିଏକି ସ୍ପୋର୍ଟସ୍ ଉପରେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ସେ ମଧ୍ୟ , ଚାନୁଙ୍କୁ ଅଭିନନ୍ଦନ ଜଣାଇ ଥିଲେ। ଅନେକ ସେଲିବ୍ରିଟି ମାନେ ମିରାବାଇଙ୍କୁ ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 

ଟୋକିଓରେ ଭାରତ ପାଇଁ ପ୍ରଥମ ପଦକ :-

ସୂଚନା ଥାଉକି ଟୋକିଓ ଅଲିମ୍ପିକ୍ସରେ ଭାରୋତ୍ତୋଳନରେ ମୀରାବାଇ ଚାନୁ ରୌପ୍ୟ ପଦକ ପାଇଛନ୍ତି । ସେ ୪୯ କେ.ଜି ମହିଳା ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି । ପ୍ରଥମ ପ୍ରୟାସରେ ୮୪ ଓ ଦ୍ୱିତୀୟ ପ୍ରୟାସରେ ୮୭ କେ.ଜି ସଫଳତାର ଉଠାଇଥିବା ବେଳେ ୮୯ କେ.ଜି ଉଠାଇବାରେ ଅସଫଳ ହୋଇଥିଲେ ମୀରାବାଇ । ତେଣୁ ସେ ରୌପ୍ୟ ପଦକ ସହ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଅପରପକ୍ଷରେ ତାଙ୍କ ପ୍ରତିଦ୍ୱନ୍ଦ୍ୱି ଚୀନର ହଉ ଜିହୁ ୯୪ କିଲୋ ଉଠାଇ ଅଲିମ୍ପିକ୍ସ ରେକର୍ଡ ସ୍ଥାପନ କରିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ମୀରାବାଇ ଚାନୁ କିଏ ?

ମୀରାବାଇ ଚାନୁ ହେଉଛନ୍ତି ମଣିପୁରୀର ବାସିନ୍ଦା । ୮ ଅଗଷ୍ଟ ୧୯୯୪ ରେ ସେ ଜନ୍ମଗ୍ରହଣ କରିଥିଲେ । ସେ ଓ୍ୱେଟଲିଫ୍ଟିଂ ଖେଳାଳି । ୨୦୧୪ରୁ ନିୟମିତ ଭାବରେ ୪୮ କିଲୋଗ୍ରାମ ଶ୍ରେଣୀର ଅନ୍ତଃରାଷ୍ଟ୍ରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ଆସୁଛନ୍ତି । ଚାନୁ ବିଶ୍ୱ ଚାମ୍ପିଅନସିପ୍ ତଥା ରାଜ୍ୟଗୋଷ୍ଠୀ ଖେଳରେ ପଦକ ଜିତିଛନ୍ତି । ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯାଇଛି ।

ଚାନୁ ୨୦୧୪ ରାଜ୍ୟଗୋଷ୍ଠୀ ଖେଳରେ ୪୮ କିଲୋଗ୍ରାମ ଶ୍ରେଣୀରେ ରୌପ୍ୟ ପଦକ ଜିତିଥିଲେ । ସେହିପରି ଗୋଲ୍ଡ କୋଷ୍ଟରେ ହୋଇଥିବା ୨୦୧୮ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ସେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ । 

୨୦୧୯ ରେ ଗୋଲ୍ଡ ମେଡାଲ ଜିତିବା ପରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ,ସିଂ ତାଙ୍କୁ ୧୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ସେହି ବର୍ଷ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ତାଙ୍କୁ ବର୍ତ୍ତମାନ ମଣିପୁରୀ ପୋଲିସରେ ଏସପି ଭାବେ ନିଯୁକ୍ତି ଦିଆଯାଇଛି। 

Related Posts