କଟକରେ ମମତା ବାନାର୍ଜୀ: SCB ଯାଇ ଟ୍ରେନ ଦୁର୍ଘଟଣା ଆହତଙ୍କୁ ଭେଟିଲେ

ଭୁବନେଶ୍ୱର,୬/୬(ସତ୍ୟପାଠ ବ୍ୟୁରୋ): କଟକରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବାଲେଶ୍ବର ଟ୍ରେନ ଦୁର୍ଘଟଣାରେ ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିଲେ ।

ତେବେ ମମତାଙ୍କ ସହିତ ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ମଧ୍ୟ ଓଡିଶା ଆସିଛନ୍ତି । ଉଭୟ ମନ୍ତ୍ରୀ ଭୁବନେଶ୍ବର ଏମ୍ସ ଗସ୍ତ କରିଥିବା ବେଳେ ମମତା କଟକ ଏସସିବିରେ ପହଞ୍ଚିଛନ୍ତି । ଭୁବନଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ହେଲିକପ୍ଟର ଯୋଗେ ମମତା କଟକର ରେଭେନ୍ସା ପଡିଆରେ ଅବତରଣ କରିଥିଲେ । ପରେ ସେଠାରୁ ସେ ଏସସିବି ଗସ୍ତ କରିଛନ୍ତି । ଆହତଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିବା ସହ ମୃତାହତଙ୍କ ସମ୍ପର୍କୀୟଙ୍କୁ ସହାୟତା ରାଶି ଓ ନିଯୁକ୍ତିପତ୍ର ମଧ୍ୟ ଦେବେ ବୋଲି ସୂଚନା ମିଳିଛି।

Related Posts