ନାରଦା ଲାଞ୍ଚ ମାମଲାରେ ମମତା ବାନାର୍ଜୀଙ୍କୁ ଆଶ୍ବସ୍ତି : ମାମଲାର ପୁନଃ ବିଚାର ପାଇଁ କୋଲକାତା ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ନାରଦା ଲାଞ୍ଚ ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଆଇନ ମନ୍ତ୍ରୀ ମଳୟ ଘାଟକ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିଛି । କୋଲକାତା ହାଇକୋର୍ଟ ମମତା ବାନାର୍ଜୀଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ଆଫିଡେଭିଟ୍ ରେକର୍ଡ ନେବାକୁ ମନା କରିଦେଇଥିଲେ । ଏହି ମାମଲାରେ ମମତା ବାନାର୍ଜୀ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ବର୍ତ୍ତମାନ ସୁପ୍ରିମକୋର୍ଟ କୋଲକାତା ହାଇକୋର୍ଟ ପୁଣି ଥରେ ଏହି ମାମଲାର ଶୁଣାଣି କରିବେ। ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ହାଇକୋର୍ଟରେ ଦାଖଲ ହେବାକୁ ଥିବା ଆଫିଡେଭିଟ୍‌ର ଏକ କପି ଜୁନ୍ 27 ସୁଦ୍ଧା ସିବିଆଇକୁ ଦେବାକୁ ପଡିବ। ଜୁନ୍ 9 ରେ କଲିକତା ହାଇକୋର୍ଟ କହିଥିଲେ ଯେ ସେମାନଙ୍କ ଆଫିଡେଭିଟ୍ ଠିକ୍ ସମୟରେ ଦାଖଲ କରାଯାଇ ନାହିଁ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ମମତା ବାନାର୍ଜୀ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ମମତା ବାନାର୍ଜୀ ଏବଂ ମଳୟ ଘଟକ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ହାଇକୋର୍ଟ ସେମାନଙ୍କୁ ଆଫିଡେଭିଟ୍ ଉପସ୍ଥାପନ କରିବାକୁ ଅନୁମତି ଦେଉ ନାହାଁନ୍ତି। ବର୍ତ୍ତମାନ ସୁପ୍ରିମକୋର୍ଟ ହାଇକୋର୍ଟଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ତାଙ୍କ ଆଫିଡେଭିଟ୍ ଗ୍ରହଣ କରି ଜୁନ୍ 29 ତାରିଖ ସୁଦ୍ଧା ମାମଲାର ପୁନର୍ବାର ବିଚାର କରାଯିବ। ସୂଚନାଯୋଗ୍ୟ ଯେ ନାରଦା ଲାଞ୍ଚ ମାମଲାରେ ସିବିଆଇ ପଶ୍ଚିମବଙ୍ଗର ମନ୍ତ୍ରୀ ଫରହାଦ୍ ହାକିମ ଏବଂ ସୁବ୍ରତ ମୁଖାର୍ଜୀ, ଟିଏମସି ବିଧାୟକ ମଦନ ମିତ୍ର ଏବଂ ଦଳର ପୂର୍ବତନ ନେତା ସୋଭାନ ଚାଟାର୍ଜୀଙ୍କୁ ମେ 17 ରେ ଗିରଫ କରିଥିଲା। ମେ 19 ରେ ସିବିଆଇ ହାଇକୋର୍ଟଙ୍କୁ କହିଥିଲା ଯେ ବାନାର୍ଜୀ ଏବଂ ଘାଟକ ଏହି ଚାରିଜଣ ନେତାଙ୍କ ଗିରଫଦାରୀ ବିରୋଧରେ ପ୍ରଦର୍ଶନ କରିଥିଲେ । ଏହି ଅଭିଯୋଗ ଉପରେ ବାନାର୍ଜୀ ଏବଂ ଘଟକ ପ୍ରତିକ୍ରିୟା ଦେଇଥିଲେ ।

Related Posts