‌ଅବ୍ୟବସ୍ଥିତ ସ୍ୱାସ୍ଥ୍ୟସେବା ବନାମ ଓଡିଶା ସରକାରଙ୍କ ସ୍ଲୋଗାନ

ନବୀନ ନନ୍ଦ

ପୂର୍ବତନ ବିଧାୟକ

‌ଆଜି ଓଡ଼ିଶାରେ ଦୀର୍ଘ ୨୧ବର୍ଷ ଧରି ଗୋଟିଏ ଦଳର ସରକାର  ଅଛି । ଏହି ଦୀର୍ଘ ସମୟ ଭିତରେ ଆମେ ଓଡ଼ିଶାରେ ଲୋକ ମାନଙ୍କର  ଉନ୍ନତ ସ୍ୱାସ୍ଥ୍ୟସେବା ର ଯେଉଁ ମୌଳିକ ଅଧିକାର ତାହା ଯୋଗାଇ ଦେବା ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇପାରିଲା ନାହି  । ସ୍ୱତନ୍ତ୍ର ଭାବେ କରୋନାର ଯେଉଁ ଦ୍ଵତୀୟ ଲହର ଆସିଲା ସେହି ସମୟରେ ଓଡ଼ିଶାର ସ୍ବାସ୍ଥ୍ୟ ସେବାର ବିପର୍ଯ୍ୟସ୍ତ ରୂପ ପଦାରେ ପଡିଯାଇଛି । ଗ୍ରାମାଞ୍ଚଳ କଥା ଛାଡିଦିଅ ପ୍ରତି ଜିଲ୍ଲାର ମୁଖ୍ୟ ଡାକ୍ତରଖାନା ଗୁଡିକରେ ଅଵଶ୍ୟକୀୟ ଡାକ୍ତର ନାହାନ୍ତି । ଯଦି  ଓଡ଼ିଶାର ସରକାରୀ ତଥ୍ୟ ହିସାବ କୁ ନିଆଯାଏ ତେବେ ୬୦୦୦ ରୁ ଅଧିକ ଡାକ୍ତର ପଦବୀ ଖାଲି ଅଛି । ଡାକ୍ତର ଖାନାରେ ଅଵଶ୍ୟକୀୟ ଯନ୍ତ୍ରପାତି ନାହିଁ ଯେଉଁଠି ବି ଅଛି ଚଳାଇବାକୁ ଅଭିଜ୍ଞ ଟେକ୍ନିସିଅନ ନାହାନ୍ତି । ସବୁଠାରୁ ଦୁଃଖର ବିଷୟ ରାଜ୍ୟ ସରକାର ସାମାଜିକ ସୁରକ୍ଷା ଯୋଜନାରେ ବହୁ ଯୋଜନା ଘୋଷଣା କରିଛନ୍ତି । ଯଥା “ବିଜୁ ସ୍ବାସ୍ତ୍ୟ କଲ୍ୟାଣ ଯୋଜନା ” ଷ୍ଟେଟ ତ୍ରିଟମେଂଟ ଫୁଣ୍ଡ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ପ୍ରଭୁତି ବହୁତ ଯୋଜନା । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ କୁହାଗଲା ଜଣେ ମହିଳା ଯଦି ଗୁରୁତର ରୋଗ ରେ ପୀଡିତ ହେବ ତେବେ ୭ ଲକ୍ଷ ଟଙ୍କା ଓ ପୁରୁଷ ପୀଡିତ ହେଲେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଅନୁଦାନ ଦିଆଯିବ । ତାହା ପ୍ରକୃତ ପକ୍ଷେ କାର୍ଯ୍ୟକାରୀ ହେଉଛି କି ? କେତେ ଜଣ ଲୋକ ଏହି ଯୋଜନାରେ ଉପକୃତ ହୋଇଛନ୍ତି ତାର ଏକ ତାଲିକା ଜିଲ୍ଳା ବାରି ପ୍ରକାଶ କାଟିବା ଦରକାର । ପ୍ରତି କଥାରେ କେନ୍ଦ୍ର କୁ ଦୋଷ ଦେଇ ଖସିଯିବା ଏକ ଅଭ୍ୟାସ ରେ ପଡ଼ିଗଲାଣି । ନିଜର ବଡିମା ପଣିଆ ଦେଖେଇବା ପାଇଁ କେନ୍ଦ୍ର  ର ” ଆୟୁସ୍ମାନ ଯୋଜନା ” ଓଡ଼ିଶାରେ କାର୍ଯ୍ୟକାରୀ କରାଗଲା ନାହିଁ । ଏହି କେନ୍ଦ୍ର ରାଜ୍ୟ ଲଢେଇ ଭିତରେ ଓଡ଼ିଶାର ଗରିବ ନିଷ୍ପେସିତ ଲୋକ କେବଳ ପେଷି ହେବା ହିଁ ସାର ହେଲା ।

‌   ଏବେ ଆସିବା କରୋନାର ଦ୍ଵିତୀୟ ଲହରର ବିଭୀଷିକା କିପରି ଭୟଙ୍କର । ଓଡ଼ିଶାର ଆଜି ହଜାର ହଜାର ଲୋକ ପୋକ ମାଛି ପରି ମରୁଛନ୍ତି ଆହୁରି ଆଗକୁ ମରିବେ କେବଳ ଆମର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ପାଇଁ । ଯେତେବେଳ କରୋନାର ଦ୍ଵିତୀୟ ଲହର ଆସିଲା ତାହା କେବଳ ମଣିଷର ଫୁସଫୁସ ଉପରେ ଆକ୍ରମଣ କଲା । ଫୁସଫୁସର  ସଂକ୍ରମଣ ରୋକିବା ପାଇଁ ଆମ ର ମେଡିକାଲ ଗୁଡିକରେ ତାର ଚିକିତ୍ସା ପାଇଁ ଉପଯୁକ୍ତ ଯନ୍ତ୍ରପାତି ନଥିବା ଯୋଗୁ ହଜାର ହଜାର ଲୋକ ପୋକ ମାଛି ଭଳି ମଲେ। ଓଡ଼ିଶାରେ କେତେ ପରିବାର ଉଜୁଡି ଗଲା ତାର ହିସାବ ନାହିଁ । ସରକାର ପ୍ରକୃତ ମୃତ୍ୟୁ ର ପ୍ରକୃତ ତଥ୍ୟ ଲୁଚାଇଲେ । ଯଦି ଓଡ଼ିଶାରେ ଥିବା ସ୍ମସାନ ଗୁଡିକରୁ ହିସାବ ନିଆଯାଏ ତେବେ ତାହା ଏକ ଲକ୍ଷରୁ ଅଧିକ ହେବ । ଯେଉଁ ବଡ଼ ବଡ଼ିଆ ଲୋକଙ୍କ ପାଖରେ କୋଟି କୋଟି ଟଙ୍କା ଅଛି ସେମାନେ ଏୟାର ଲିଫଟିଂ ହୋଇ ରାଜ୍ୟ ବାହାରକୁ ଯାଉଛନ୍ତି । ଫୁସଫୁସ ସଂକ୍ରମଣ ରୋକିବା ପାଇଁ ଯେଉଁ ECMO  ମେସିନ ଦରକାର ତାହା ଓଡିଶାରେ କେବଳ ଦୁଇଟି ଘରୋଇ ମେଡିକାଲ ରେ ଅଛି । ଏହି ସଂକ୍ରମଣ ପାଇଁ ଏହି ମେସିନ ର ଆଵଶ୍ୟକତା ଥାଏ ବୋଲି ମୁଁ ଜାଣିଲି ଯେତେବେଳେ ମୋର ୩୮ବର୍ଷ ର ପୁଅ ର ଜୀବନ ଚାଲିଗଲା। ମୁଁ ନିଜେ ଗତ ମେ ମାସ ୨୧ ତାରିଖରେ ଜାଣିବାକୁ ପାଇଲି ଯେ ECMO. ଟ୍ରିଟମେଂଟ ନହଲେ ମୋ ପୁଅ ଚାଲି ଯିବ  ମୁଁ ସାମାଜିକ ଗଣମାଧ୍ୟମ ଓ ଟ୍ୱିଟରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବିକଳ ନିବେଦନ କଲି । କିନ୍ତୁ ଫଳ କିଛି ହେଲାନାହିଁ । ୨୨ ମେ ରେ ମୋ ପୁଅ ର ଜୀବନ ଚାଲିଗଲା ଓ ସେହି ବିଷୟ କୁ ନେଇ ସାରା ଓଡ଼ିଶାର ଗଣ ମାଧ୍ୟମ ଗୁଡିକ ସେହି ମେସିନ ଉପରେ ଚର୍ଚା କଲେ ତାପରେ ସାଧାରଣ ଲୋକ ଏହି ତ୍ରିଟମେଂଟ ବିଷୟରେ ଜାଣିବାକୁ ପାଇଲେ । ତାର ପରବର୍ତୀ ସମୟରେ କେତେକ ରୋଗୀ ଙ୍କ ଆତ୍ମୀୟ ମାନେ ଟଙ୍କା ଯୋଗଡ଼ କରି ଏୟାର ଲିଫଟିଂ କରି ଚେନାଇ ଓ କଲିକତା ପ୍ରଭୁତି ରାଜ୍ୟକୁ ନେଲେ । ସେଥିରୁ ଅନେକ ରୋଗୀଙ୍କ ଅବସ୍ଥାରେ ସୁଧାର ଆସିଲାଣି । କେବଳ ଭିଜିଲାନ୍ସ ଡିଜି  ଦେବାଶିଷ ପାଣିଗ୍ରାହୀ ଓ ସାଇ ଇଣ୍ଟରନ୍ଯାସନାଲ ସ୍କୁଲର ମାଲିକ ବିଜୟ ସାହୁଙ୍କର ଦେହାନ୍ତ ହେଲା । ଏବେ ଚେନାଇରେ ଚିକିତ୍ସିତ  ହେଉଥିବା ଅମ୍ରିତ ପ୍ରଧାନଙ୍କ ଅବସ୍ଥାରେ ସୁଧାର ଆସିଲାଣି । ଏଠି ପ୍ରଶ୍ନ ଉଠୁଛି ରାଜ୍ୟ ସରକାରଙ୍କର ବିଶେଷଜ୍ଞ ମାନେ କଣ ଏହି ମେସିନ ର ଆବସ୍ଵକତା ବିଷୟରେ ଜାଣି ନଥିଲେ ? ନା ଆରାମ ରେ ହଜାର ହଜାର ଜନତାଙ୍କୁ  ମରିବାକୁ ଛାଡିଦେଲେ ? ଯଦି ପଡୋଶୀ ରାଜ୍ୟରେ ଉନ୍ନତ ସ୍ବାସ୍ତ୍ୟ ସେବା ଉପଲବ୍ଧ ତେବେ ଓଡ଼ିଶାରେ କାହିଁକି ନୁହେଁ ? ଏ ଅସୁମାରୀ ପ୍ରଶ୍ନର ଉତ୍ତର ଦେବ କିଏ ? ଓଡିଶା ସରକାର ଙ୍କର ନୈତିକ ଦାୟିତ୍ୱ ହେଉଛି ଯେତେଦିନ ପର୍ଯ୍ୟନ୍ତ ଓଡ଼ିଶାରେ ଏହି ଚିକତ୍ସା ଉପଲବ୍ଧ ନହୋଇଛି ସେତେଦିନ ପର୍ଯ୍ୟନ୍ତ ସରକାର ନିଜ ଖର୍ଚ୍ଚରେ ଏୟାର ଲିଫଟିଂ କରି ରୋଗୀ ମା ନଙ୍କୁ ବାହାର ରାଜ୍ୟ କୁ ଚିକିସ୍ଛା ପାଇଁ ନିୟନ୍ତୁ । ଏବେ ବହୁତ ଦିନ ପରେ ସରକାର ସମାଲୋଚନା ର ଶିକାର ହେବା ପରେ କଟକ ମେଡିକାଲ କଲେଜ କୁ ୬ଟି Ecmo ମେସିନ ଦେବେ ବୋଲି କହିଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପଧାନ ଙ୍କ ଉଦ୍ୟମ ରେ ଦୁଇଟି ମେସିନ ଭୁବନେଶ୍ୱର ଏମ୍ସ ରେ ଲାଗିବ। ଏହା ସମୁଦ୍ର କୁ ଶଙ୍ଖେ ପଣା ଭଳି। ଯେଉଁଠି ପ୍ରତିଦିନ ସହ ସହ ଲୋକ ଫୁସଫୁସ ସଂକ୍ରମଣ ପାଇଁ ମରୁଛନ୍ତି ସେଠି ଏତିକି ମେସିନ କଣ ହେବ । ପୁଣି ରାଜ୍ୟ ସରକାର ଙ୍କର ଡି ଏମ ଇଟି କହିଲେଣି ରାଜ୍ୟ ରେ ଏହି ମେସିନ ଚଳାଇବା ପାଇଁ ମାନବ ସମ୍ବଳ ର ଅଭାବ ଅଛି । 

‌ପୁଣି ଏବେ ତୃତୀୟ ଲହର କଥା କୁହଗଲାଣି । ଏହା ଅଧିକାଂଶ ଶିଶୁ ମାନଙ୍କୁ ପ୍ରଭାବିତ କରିବ । ଯଦି ଦ୍ଵିତୀୟ ଲହର ପାଇଁ ସରକାର ପ୍ରସ୍ତୁତ ରହିଥାନ୍ତେ ତେବେ ମୃତ୍ୟୁ ହାର ନିଶ୍ଚିତ ଭାବରେ କମ ହୋଇଥାନ୍ତା। ସରକାର ଙ୍କର ଇଛାଶକ୍ତି ର ଅଭାବ ଯୋଗୁଁ ଆଜି ଓଡ଼ିଶାର ହଜାର ହଜାର ଲୋକ ପୋକ ମାଛି ପରି ମଲେ । ହଜାର ହଜାର ପରିବାର ଉଜୁଡିଗଲା । ହଜାର ହଜାର ଶିଶୁ ଅନାଥ ହୋଇଗଲେ । ଯେଉଁ ସ୍ତ୍ରୀ ର ଏକମାତ୍ର ରୋଜଗାରିଆ ସ୍ୱାମୀ ଚାଲିଗଲା କି ଯେଉଁ ବୁଢା ବାପ ର ରୋଜଗାରିଆ ଭେଣ୍ଡିଆ ପୁଅ ଚାଲିଗଲା ତାକୁ କିଏ କ୍ଷତି ଭରଣା କରିବ । ସବୁଠାରୁ ଯନ୍ତ୍ରଣା ଦାୟକ ହେଉଛି ଓଡ଼ିଶାରେ କୋଭିଡ ପରିଚାଳନା । ଯେତେବେଳେ ଗୋଟେ ପରିବାର ତାର ପୁଅ କି ବାପ କୁ ନେଇ ଯାଉଛି କୋଭିଡ ହସ୍ପିଟାଲ ରେ  ଛାଡିବାକୁ  ସତେ ଯେମିତି ଲାଗୁଛି ତାକୁ ଆମେ ଯମ ମାନଙ୍କ ହାତରେ ଛାଡି ଦେଇ ଆସୁଛୁ । ସରକାର ନିୟମ କଲେ କୋଭିଡ ୱାର୍ଡ ରେ ସି ସି ଟିଭ ଲାଗିବ ଓ ଫୋବିଆ ପରିଜନ ତାର ସବୁ ଖବର ପାଇବା ଦରକାର । କିନ୍ତୁ ନିୟମ କାର୍ଯ୍ୟକାରୀ ହେଲାନାହିଁ । ରୋଗୀ କୁ କଣ ତ୍ରିଟମେଂଟ ହେଉଛି କି ନାହିଁ ଜାଣିବାର ଅବକାଶ ନାହି । କେବଳ ମରିଗଲେ ଖବର ମିଳିବ । ଏବେବି ଭୁବନେଶ୍ୱର ର ଗୋଟେ ମେଡିକାଲ  ବିରୋଧ ରେ ଅଙ୍ଗ ତସକରି ର ଅଭିଯୋଗ ଆସିଛି । ଯଦି ଏହା ସତ୍ୟ ହୋଇଥାଏ ତେବେ ଏହା ମଧ୍ୟ କୋଭିଡ ପରିଚାଳନା ର ଆଉ ଗୋଟିଏ ଦିଗ କୁ ଇଙ୍ଗିତ କରୁଛି । ପୁଣି କୋଭିଡ ମେଡିସିନ ର ନକଲି  କାରବାର ଏବେ ପଦାକୁ ଆସିଲେଣି । ଏହି ନକଲି ମେଡିସିନ ରେ କେତେ ଲୋକ ନ ମରିଥିବେ କହି ହେବ ନାହିଁ । ଏହି ସବୁ ଘଟଣାରେ କାହାର ଉତ୍ତର ଦାୟିତ୍ୱ ଥିବାର ମନେ ହେଉନାହିଁ । କୋଭିଡ ଟୀକା କରଣ କ୍ଷେତ୍ରରେ ମଧ୍ୟ ଗୁରୁତର ବିଭ୍ରାଟ ଦେଖିବାକୁ ମିଳୁଛି । ପୃଥିବୀର ବହୁତ ଦେଶ ଟୀକାକରଣ ସାରି ଥିବା ବେଳେ ଭାରତ ବର୍ଷ ବହୁତ ପଛରେ । ଏବେ ଟୀକା କରଣ କେନ୍ଦ୍ର ଗୁଡିକରେ କାହା ଫଟୋ ଲାଗିବ ସେଥି ନେଇ କଳି ତକରାଳ ଚାଲିଛି । ଏହାଠୁ ବଳି ଲଜ୍ୟା ର କଥା କିଛି ନାହିଁ । ଏ ଘଟଣାରେ କେନ୍ଦ୍ର କି ରାଜ୍ୟ କେହି ଦୋଷ ମୁକ୍ତ ନୁହନ୍ତି । ଏକ ସଂଘୀୟ ବ୍ୟବସ୍ତା ରେ କେନ୍ଦ୍ର ର ଯେତିକି ଦାୟିତ୍ୱ ରାଜ୍ୟ ର ମଧ୍ୟ ସେତିକି ଦାୟିତ୍ୱ । କେନ୍ଦ୍ର ସରକାର ବହୁ ପୂର୍ବରୁ ପ୍ରତି ରାଜ୍ୟ କୁ ମାଗଣା ଟୀକା ଦେବା ପାଇଁ ଘୋଷଣା କରିବାର ଥିଲା । ରାଜ୍ୟ  ସରକାର ଯଦି ଆଉ ଟିକିଏ ତତ୍ପର ହୋଇଥାନ୍ତେ ତେବେ ଟୀକା କରଣ ବହୁତ ବାଟ ଯାଇ ସରନ୍ତାଣି । ଏବେ ଯେଉଁ ଟୀକା କରଣ ଚାଲିଛି ତାହା ଶୃଙ୍ଖଳିତ ହେବା ଦରକାର। ପ୍ରତି ୱାର୍ଡ ସ୍ତରକୁ ଟୀକା କାରଣ ନେବା ଦରକାର । ତୃତୀୟ ଲହର ଆସିବା ପୂର୍ବରୁ ଅତି କମରେ ୫୦୦୦ ନର୍ସ ମାନଙ୍କୁ ତାଲିମ ଦେଇ ସରକାର ପ୍ରସ୍ତୁତ ରଖିବା ଦରକାର । କାରଣ ପ୍ରକୃତ ପକ୍ଷେ ନର୍ସ ମାନେ ହିଁ ପ୍ରକୃତ ସେବା କରନ୍ତି। ପ୍ରତି ଜିଲ୍ଲା ମେଡିକାଲ ଗୁଡିକରେ ଅତି କମରେ ୨୦୦କରି ଶିଶୁ ମାନଂକ ପାଇଁ ବେଡ଼ ରେଡି କରି ପ୍ରସ୍ତୁତ ଥିବା ଦରକାର । ସେଥିପାଇଁ ଅଵଶ୍ୟକୀୟ ଯନ୍ତ୍ରପାତି ଓ ଔଷଧ ମଧ୍ୟ ପ୍ରସ୍ତୁତ ହୋଇ ରହିଥିବା ଦରକାର। ନହଲେ ଦ୍ଵିତୀୟ ଲହର ରେ ଲୋକ ମାନେ ଯେପରି ପୋକ ମାଛି ପରି ମଲେ ସେପରି ଅବସ୍ଥା କୁ ଏଡାଇ ହେବ ନାହିଁ ।

‌ଏବେ ଓଡିଶା ସରକାର ଅନାଥ ଶିଶୁ ମାନଙ୍କ ପାଇଁ “ଆଶୀର୍ବାଦ “ଯୋଜନା କରିଛନ୍ତି । ଏଥିରେ କୁହାଯାଇଛି ସିଙ୍ଗଲ ପ୍ୟାରେଣ୍ଟ ମୁରବି ଙ୍କର ଦେହାନ୍ତ ହେଲେ ଗୋଟିଏ ଶିଶୁ କୁ ମାସିକ ୨୫୦୦.୦୦ ମିଳିବ । ବାପ ଓ ମା ଙ୍କ ଭିତରୁ ଜଣେ ମରିଥିଲେ ୧୫୦୦.୦୦ ମିଳିବ । ଏ ପ୍ରସ୍ତାବ ଟି କାହିଁକି ଠିକ ଲାଗୁନାହିଁ । ଯଦି ଗୋଟିଏ ଶିଶୁ ର ମା ମରିଯାଏ ତେବେ ତାର ବାପ ଟି ତାର ପିଲା କୁ ଭରଣ ପୋଷଣ କରି ପାରିବ କିନ୍ତୁ ଗୋଟିଏ ସ୍ତ୍ରୀ ର ରୋଜ ଗାରିଆ ସ୍ୱାମୀ ଚାଲିଗଲେ ସେ ତା ପିଲାଟିର କିପରି ଭରଣ ପୋଷଣ କରିବ ?  ଏ ଯୋଜନା ଉପରେ ସରକାର ସମୀକ୍ଷା କରିବ। ଦରକାର । ଏଭଳି ଆଶଙ୍କା କୁ ଏଡାଇ ଦେଇ ହେବନାହିଁ ଯେପରି ବିଜୁ ସ୍ବାସ୍ତ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକା ରି ହେଉଛି ସେପରି ନହେଉ । ଯଦି ଏହିପରି ହୁଏ ତେବେ ଜନସାଧାରଣ ଙ୍କ ରୋଷ ର ଶିକାର ଯେ ନହେବେ କହି ହେବ ନାହିଁ । ଏ କ୍ଷେତ୍ରରେ ମଧ୍ୟ କେନ୍ଦ୍ର ସରକାର ଦୋଷ ମୁକ୍ତ ନୁହନ୍ତି । କାରଣ କେନ୍ଦ୍ର ସରକାର କୋଭିଡ ମୃତକ ଙ୍କ ପରିବାର କୁ  ବିପର୍ଯୟ ଆଇନ  ଅନୁସାରେ୪ଲକ୍ଷ ଟଙ୍କା କ୍ଷତି ପୁରଣ ଦେଇପାରିବେ ନାହିଁ ବୋଲି ସୁପ୍ରିମ କୋର୍ଟ ସତ୍ୟ ପାଠ ଦାଖଲ କରିଛନ୍ତି । କେନ୍ଦ୍ର ସରକାର ଲକ୍ଷ ଲକ୍ଷ କୋଟି ର ଋଣ ପୁଞ୍ଜିପତି ମାନଙ୍କୁ ଛାଡ଼ କରି ପାରୁଛନ୍ତି ।ହଜାର ହଜାର କୋଟି ଟଙ୍କାରେ ମୂର୍ତି ତିଆରି କରି ପାରୁଛନ୍ତି । ଏ ମହାମାରୀ ରେ ମରୁଥିବା ଲୋକମାନଙ୍କୁ ସରକାର  କ ବିପର୍ଯୟ ପାଣ୍ଠି ରୁ କ୍ଷତି ପୂରଣ ଦେଇ ପାରିବେ ନାହିଁ ?  ଏଭଳି ପରିସ୍ଥିତି ରେ ଗରିବ ଲୋକ ମାନେ ନିଷ୍ପେସିତ ହେଉଛନ୍ତି । ତେଣୁ ବେଳ ଥାଉ ଥାଉ ଦୁଇଟି ଯାକ ସରକାର ସାବଧାନ ହେବା ଦରକାର । ନହଲେ ୧୯୯୯ ମହାବାତ୍ୟା ଯେପରି ରାଜ୍ୟରେ କଂଗ୍ରେସ ସରକାର କୁ ଧୋଇ ଦେଇ ଥିଲା ସେପରି ନହେଉ।

Related Posts