ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏପ୍ରିଲ ୩୦ରେ ଦିଲ୍ଲୀରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିମାନଙ୍କ ସଂଯୁକ୍ତ ସମ୍ମିଳନୀରେ ଯୋଗ ଦେବେ ମମତା ବାନାର୍ଜୀ । ସେ ଏଥିରେ ଭାଗ ନେବା ପାଇଁ ଏପ୍ରିଲ ୨୯ରେ ଦିଲ୍ଲୀ ପହଞ୍ଚିବେ। ଦୀର୍ଘ ୬ ବର୍ଷର ବ୍ୟବଧାନ ପରେ ଏପ୍ରିଲ ୩୦ରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ବିଚାରପତିମାନଙ୍କ ସମ୍ମିଳନୀରେ ତୁରନ୍ତ ନ୍ୟାୟ, ମଦ୍ଦମାରେ ଡେରି ଓ ନ୍ୟାୟପାଳିକାରେ ବଢ଼ୁଥିବା ଖାଲିଥିବା ପଦବୀ କାର୍ୟ୍ୟସୂଚିରେ ରହିବାରେ ସମ୍ଭାବନା ରହିଛି ।
ନ୍ୟାୟପାଳିକା ସାମ୍ନାରେ ଆସୁଥିବା ଚ୍ୟାଲେଞ୍ଜଗୁଡ଼ିକ ଏହି ସମ୍ମିଳନୀରେ ଆଲୋଚନା କରାଯାଇଥାଏ। ଏହି ସମ୍ମିଳନୀ ଶେଷଥର ପାଇଁ ୨୦୧୬ ଏପ୍ରିଲ ୨୪ ତାରିଖରେ ହୋଇଥିଲା । ଏହି ସମ୍ମିଳନୀର ଉଦଘାଟନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭାରତର ପ୍ରଧାନ ବିଚାରପତି ଓ କେନ୍ଦ୍ର ଆଇନମନ୍ତ୍ରୀଙ୍କ ଉପସ୍ଥିତିରେ କରାଯାଇଥାଏ। ଏଥର ମଧ୍ୟ ଏହି ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବାର ସମ୍ଭାବନା ରହିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।
