ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ସାରା ଦେଶର ନଜର ରହିଛି । ଏହା ମଧ୍ୟରେ ପଶ୍ଚିମବଙ୍ଗର ଚକଦହାରେ ଆୟୋଜିତ ଏକ ସାଧାରଣ ସଭାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗଦେଇ ରାଜ୍ୟର ରାଜନୈତିକ ଦିଗ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ, ରାଜ୍ୟରେ ଆଇନ ଶୃଙ୍ଖଳା, ବିକାଶ ଏବଂ ସାଂସ୍କୃତିକ ପରିଚୟ ପ୍ରସଙ୍ଗରେ ମମତା ସରକାରଙ୍କୁ ଟାର୍ଗେଟ କରି ଭାଜପା ପ୍ରାର୍ଥୀ ବଙ୍କିମ ଚନ୍ଦ୍ର ଘୋଷଙ୍କ ପାଇଁ ଭୋଟ ମାଗିଥିଲେ। ସେ କହିଥିଲେ, ଉତ୍ତରପ୍ରଦେଶ ପରି ପଞ୍ଚିମବଙ୍ଗରେ ଡବଲ-ଇଞ୍ଜିନ ସରକାର ଗଠନ ହୁଏ, ତେବେ ପଞ୍ଚିମବଙ୍ଗରେ ବିକାଶ, ସୁରକ୍ଷା ଏବଂ ସାଂସ୍କୃତିକ ପୁନର୍ଜାଗରଣର ଏକ ନୂତନ ଯୁଗ ଆରମ୍ଭ ହେବ। ଏଥି ସହିତ ମମତା ବାନାର୍ଜୀଙ୍କ ଖେଳ ଶେଷ ହୋଇଛି ବୋଲି ଟାଗେର୍ଟ କରିଥିଲେ କହିଥିବାର ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଯୋଗୀ ପୁଣି କହିଥିଲେ, ପଶ୍ଚିମବଙ୍ଗରେ ୭୦୦୦ରୁ ଅଧିକ ବଡ଼ ଶିଳ୍ପ ବନ୍ଦ ହୋଇଗଲାଣି। ହେଲେ ଉତ୍ତରପ୍ରଦେଶରେ ୯ ବର୍ଷ ମଧ୍ୟରେ ୧୭୦୦୦ରୁ ଅଧିକ ବଡ଼ ଶିଳ୍ପ ପ୍ରତିଷ୍ଠା ହୋଇଛି। ଏନେଇ ଲକ୍ଷ ଲକ୍ଷ ଯୁବକ ନିଯୁକ୍ତି ପାଉଛନ୍ତି। ୯୬ ଲକ୍ଷ ଏମ୍‌ଏସ୍‌ଏମ୍‌ଇ ୟୁନିଟ କାର୍ଯ୍ୟ କରୁଛନ୍ତି। ଦେଶକୁ ଖାଦ୍ୟ ଯୋଗାଉଥିବା ଚାଷୀମାନେ ଖୁସି ଏବଂ ସବୁଠି ବିକାଶର ଲହରୀ ଖେଳିଯାଇଛି। ୫୦୦ ବର୍ଷ ମଧ୍ୟରେ ଯେଉଁ କାମ ହୋଇ ନ ଥିଲା ତାହା ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ମୋଦିଙ୍କ ନେତୃତ୍ୱରେ ସମ୍ପୂର୍ଣ୍ଣ ହୋଇଛି। ଏହା ଉତ୍ତରପ୍ରଦେଶରେ ହୋଇପାରେ କାରଣ ସେଠାରେ ଡବଲ ଇଞ୍ଜିନ ଭାଜପା ସରକାର ଅଛି। ଏବେ, ପଞ୍ଚିମବମଙ୍ଗରେ ମଧ୍ୟ ଉଷ୍ମତା ଦେଖାଯାଉଛି, କାରଣ ଏଥର ଏଠାରେ ମଧ୍ୟ ଡବଲ ଇଞ୍ଜିନ ସରକାର ଗଠନ ହେବାକୁ ଯାଉଛି ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି ।