ଚିଫ୍ ସେକ୍ରେଟାରୀଙ୍କୁ ରଖିବାପାଇଁ ସ୍ବର୍ଗ – ମର୍ତ୍ତ୍ୟ – ପାତାଳ ଏକ କରିଦେଇଛନ୍ତି ମମତା – ଶୁଭେନ୍ଦୁ ଅଧିକାରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବେଙ୍ଗଲର ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କୁ ନେଇ ବିଜେପି ଟିଏମସି ଏବେ ମୁହାଁମୁହିଁ। ମମତା ବାନାର୍ଜୀ ଆଲାପନ୍ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ନଛାଡିବା ପରେ ଏବେ ତାଙ୍କର ପୂର୍ବତନ ସହଯୋଗୀ ତଥା ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ଟାର୍ଗେଟ କରିଛନ୍ତି। ମମତା ବାନାର୍ଜୀଙ୍କ ଅହଂକାର ପାଇଁ ଭାରତର ସଙ୍ଘୀୟ ବ୍ୟବସ୍ଥା ନଷ୍ଟ ହେଉଥିବା ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଛନ୍ତି।  ମୁଖ୍ୟ ଶାସନ ସଚିବ ତାଙ୍କର କର୍ତ୍ତବ୍ୟ ପାଳନ କରୁ ନଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ସୁରକ୍ଷା ଦେଉଛନ୍ତି ଏବଂ ଏହା ଭାରତର ସମ୍ବିଧାନର ଅସମ୍ମାନ ବୋଲି ବିଜେପି ନେତା କହିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ ଅଲପନ୍ ଏମିତି କଣ ରହସ୍ୟ ଜାଣିଛନ୍ତି ଯେଉଁ କାରଣରୁ ମମତା ତାଙ୍କୁ ସୁରକ୍ଷା ଦେବା ପାଇଁ ସବୁ ପ୍ରକାରର ଚେଷ୍ଟା କରୁଛନ୍ତି। ବେଙ୍ଗଲ ବିଧାନସଭାର ବିରୋଧୀ ଦଳ ନେତା କହିଛନ୍ତି , “ଚିଫ୍ ସେକ୍ରେଟାରୀ ଏମିତି କେଉଁ ରହସ୍ୟ ଜାଣିଛନ୍ତି ଯେ ତାଙ୍କୁ ରଖିବାପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ବର୍ଗ – ମର୍ତ୍ତ୍ୟ – ପାତାଳ ଏକ କରିଦେଇଛନ୍ତି ମମତା ?” 

ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଚିଫ୍ ସେକ୍ରେଟାରୀ ପିଏମଙ୍କ ବାତ୍ୟା ସମୀକ୍ଷା ବୈଠକରେ ଯୋଗନଦେବା ସମ୍ପୂର୍ଣ୍ଣ ମଥ୍ୟା ବୋଲି ସେ କହିଛନ୍ତି। ନିୟମର ଉଲ୍ଲଘଂନ କରିଥିବା ହେତୁ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଶୁଭେନ୍ଦୁ ଅଧିକାରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର ଅନୁଶାସନ ହୀନତା ପାଇଁ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ଆବଶ୍ୟକ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେବା ନିୟମ ଉଲ୍ଲଂଘନ କରିଥିବା ହେତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ।  ବିରୋଧୀ ଦଳର ନେତା ଏହା ମଧ୍ୟ କହିଛନ୍ତି ଯେ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଟିକସଦାତାଙ୍କ ଟଙ୍କାରେ ‘କୁଶଳୀ ଭତ୍ତା’ ଯୋଗାଇବା କଦାପି ଉଚିତ ନୁହେଁ।  “ଟିକସଦାତା ଟଙ୍କା ଲୁଟିବା ଟିଏମସିର ଅଭ୍ୟାସ। ଜଣେ ପୂର୍ବତନ ମୁଖ୍ୟ ସଚିବ ବର୍ତ୍ତମାନ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଥିବା ଅଲପନଙ୍କୁ ଟିକସଦାତାଙ୍କ ଟଙ୍କାରେ ମାସକୁ 2.5 ଲକ୍ଷ ଏବଂ ଭତ୍ତା ଦିଆଯିବା ଆଦୌ ଉଚିତ୍ ନୁହେଁ। ଟିକସଦାତାଙ୍କ ଏହି କଷ୍ଟ ଉପାର୍ଜିତ ଟଙ୍କାକୁ ଅନ୍ୟ କୌଣସି ଭଲ କାମରେ ବ୍ୟବହାର କରାଯାଇ ପାରିବ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବାତ୍ୟା ୟାସ୍ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମୁଖ୍ୟ ଶାସନ ସଚିବ ଅଲପନ ମଧ୍ୟ ଯୋଗ ଦେଇନଥିଲେ । କିଛି ସମୟ ପାଇଁ ଆସି କ୍ଷୟକ୍ଷତି ରିପୋର୍ଟ ହସ୍ତାନ୍ତର କରି ଚାଲି ଯାଇଥିଲେ। ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଆଲାପାନ୍ ଙ୍କୁ ଦିଲ୍ଲୀ ତଲବ କରାଯାଇଥିବା ବେଳେ ସେ ଦିଲ୍ଲୀରେ ହାଜର ନ ହୋଇଥିବାରୁ ତାଙ୍କୁ କେନ୍ଦ୍ର ସରକାର କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।  

Related Posts