ମମିତା ମେହେର ହତ୍ୟା ମାମଲା; କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହେଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେଶ୍ୟାମ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚ୍ଚିତ ମମିତା ମେହେରା ହତ୍ୟାକାଣ୍ଡକୁ ମାମଲାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହେଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ । କଡା ସୁରକ୍ଷା ବଳରେ କଣ୍ଟାବାଞ୍ଜି ବିଚାର ବିଭାଗୀୟ ହାଜତରୁ ଏଡିଜେ କୋର୍ଟକୁ ଅଣାଯାଇଥିଲା । ସେପଟେ ଗତ ଏପ୍ରିଲ ୫ ତାରିଖରେ ହାଜର ହୋଇଥିଲେ ଉଭୟ ।

ଆହୁର ମଧ୍ୟ ମାମଲାକୁ ନେଇ କଳା କୋର୍ଟ ପିନ୍ଧି କେସ୍ ଲଢ଼ିଛନ୍ତି ବିଧାୟକ ନରସିଂହ ମିଶ୍ର । ମମିତାଙ୍କ ପରିବାର ଲୋକଙ୍କୁ ବଲାଙ୍ଗୀର ବିଧାୟକ ଭେଟିବା ସମୟରେ କହିଥିଲେ ମମିତାଙ୍କୁ ନ୍ୟାୟ ଦେବାପାଇଁ ଆବଶ୍ୟକ ହେଲେ କଳା କୋର୍ଟ ପିନ୍ଧି ଲଢ଼ିବେ। ଏବଂ ସେ ତାଙ୍କ କଥା ରଖି କଳା କୋର୍ଟ ପିନ୍ଧି ଲଢ଼ିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts