‘ରାଜନୈତିକ ଫାଇଦା ପାଇଁ ସିବିଆଇ ଓ ପୋଲିସ୍‌କୁ ବ୍ୟବହାର କରୁଛନ୍ତି ସରକାର’

ବିଜେଡି ନେତାଙ୍କୁ ସିବିଆଇ ଓ ବିଜେପି ନେତାଙ୍କୁ ପୋଲିସ ନୋଟିସ୍‌ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନ କହିଛନ୍ତି ନିର୍ବାଚନ ପାଖେଇ ଆସିବାରୁ କେନ୍ଦ୍ର CBIକୁ ବ୍ୟବହାର କରୁଛି ।

ଚିଟ୍‌ଫଣ୍ଡ ତଦନ୍ତ ଦୀର୍ଘ ଦିନରୁ ଚାଲୁଥିବାବେଳେ ଏତେ ଦିନ CBI କାହିଁକି ଚୁପ ବସିଥିଲା ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ । ଏବେ ଦୁଇ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତାଙ୍କୁ ସିବିଆଇ ନୋଟିସ୍‌ କରିବା ଉଦ୍ଦେଶ୍ୟ ମୂଳକ ବୋଲି କହିଛନ୍ତି ନିରଞ୍ଜନ ।

ସେହିପରି ଗଞ୍ଜାମର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପିର ୨ ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ ପ୍ରସଙ୍ଗରେ ନିରଞ୍ଜନ କହିଛନ୍ତି ପୋଲିସକୁ ଦଳୀୟ କର୍ମୀ ଭଳି ବ୍ୟବହାର କରୁଛି ବିଜେଡି ।

Related Posts