ସେକ୍ସ ସ୍କାଣ୍ଡଲ ପାଇଁ ମାନସଙ୍କ ହତ୍ୟା ହୋଇଛି; ମାମଲାକୁ ଶୀଘ୍ର ସିବିଆଇକୁ ଦିଆଯାଉ: ସନ୍ତୋଷ ସିଂ ସାଲୁଜା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ମୋଡ଼ ଆସିବାରେ ଲାଗିଛି । ସେପଟେ କ୍ରାଇମବ୍ରାଞ୍ଚ ଏହି ମାମଲାର ତନାଘନା କରୁଛି । ହେଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତକୁ ପୁଲିସ ଗିରଫ କରିବାରେ ବିଫଳ ହୋଇଛି । ଏହା ମଧ୍ୟରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଆସାମୀ ଶର୍ମିଷ୍ଠା ରାଉତକୁ ଗିରଫ କରାଯାଇ ନାହିଁ। ସେକ୍ସ ସ୍କାଣ୍ଡଲ ପାଇଁ ଏହି ହତ୍ୟାକାଣ୍ଡ ହୋଇଛି। ମାନସଙ୍କର ମା ଅଭିଯୋଗ କରିଛନ୍ତି ଏଥିରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ହାତ ରହିଛି।

ତାଙ୍କ ଇଙ୍ଗିତରେ ହିଁ ହତ୍ୟା ହୋଇଛି। ଗୃହ ରାଷ୍ଟ୍ର ମନ୍ତ୍ରୀ ଥିବାରୁ ତଦନ୍ତ ଠିକ ବାଟରେ ଯିବ ନାହିଁ। ଏହି ଘଟଣା ଠିକ ମମିତା ମେହେର ହତ୍ୟାକାଣ୍ଡ ଭଳି। ଉଭୟ ଘଟଣା ସେକ୍ସ ସ୍କାଣ୍ଡଲ ପାଇଁ ହୋଇଛି। ଆଉ ଉଭୟ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ଆସିଛି। ମାତ୍ର ସବୁଠି ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆସିଥିଲେ ବି ତଦନ୍ତରେ ତାଙ୍କ ନାମ ରହିଲା ନାହିଁ। ତେଣୁ ଏହି ମାମଲାକୁ ସିବିଆଇକୁ ଦିଆଯାଉ ବୋଲି ସନ୍ତୋଷ ସିଂ ସାଲୁଜା ଗୃହରେ ଦାବି କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts