ମାନସ ସ୍ଵାଇଁ ହତ୍ୟା ମାମଲା: ଦୋଷ ମାନିଲା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦୋଷ ମାନିଲା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା । ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟା ଘଟଣାରେ ଶେଷରେ ଦୋଷ ମାନିଛି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା। କ୍ରାଇମବ୍ରାଞ୍ଚର ଜେରା ବେଳେ ସତ ଓଗାଳିଛି ଅଭିଯୁକ୍ତ ଶର୍ମିଷ୍ଠା। ଏ ନେଇ ଶୁକ୍ରବାର ସୂଚନା ଦେଇଛି କ୍ରାଇମବ୍ରାଞ୍ଚ। ତଦନ୍ତ ବେଳେ ଅପହରଣ ଏବଂ ହତ୍ୟା କଥା ସ୍ଵୀକାର କରିଛି ଶର୍ମିଷ୍ଠା। ସେପଟେ ଫେବୃଆରୀ ୭ରେ ଶର୍ମିଷ୍ଠା ନିଜ ସହଯୋଗୀଙ୍କ ସହ ମାନସଙ୍କୁ ଚାନ୍ଦବାଲି ପଳାସପୁରରୁ ଅପରହଣ କରିଥିଲା। ଏହି ସମୟରେ ଶର୍ମିଷ୍ଠା ସହ ଥିଲେ ଝୁନା ଭୋଇ, ରଞ୍ଜନ ନାଏକ, ଭାଗ୍ୟଧର ନାଏକ ଓ ନିଲୁ।

ସେଠାରୁ ଦୟାଲ ଆଶ୍ରମ ଆଣି ଅମାନୁଷିକ ଭାବେ ମାଡ ମାରି ମାନସଙ୍କୁ ହତ୍ୟା କରିଥିଲେ। ୮ ତାରିଖ ଅପରାହ୍ନରେ ମୃତଦେହକୁ ଶର୍ମିଷ୍ଠାଙ୍କ କାରରେ ରଣପୁର ଆଣିଥିଲେ। ସେହି ଦିନ ସନ୍ଧ୍ୟାରେ ରଣପୁରରେ ମାନସଙ୍କ ଶବ ପୋତି କାରରେ ଫେରାର ହୋଇ ଯାଇଥିଲେ। ଶବ ପୋତିବା ପରେ ହତ୍ୟାରେ ବ୍ୟବହୃତ ଜିନିଷ ଚଣ୍ଡିଖୋଲ ନିକଟରେ ଫୋପାଡିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts