
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିପ୍ଲବ ଦେବଙ୍କ ଇସ୍ତଫା ପରେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ମାଣିକ ଶାହା । ବିଜେପି ବିଧାୟକ ଦଳ ବୈଠକରେ ଶାହାଙ୍କ ନାଁରେ ମୋହର ମରାଯାଇଛି। ବିପ୍ଲବ ଦେବଙ୍କ ଇସ୍ତଫା ପରେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଅନେକଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା। କିନ୍ତୁ ଶେଷରେ ମାଣିକ ଶାହା ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି ।
ଏହାପରେ ସେ ଶୀଘ୍ର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇପାରନ୍ତି। ସେପଟେ ମାଣିକ ଶାହା ତ୍ରିପୁରା ବିଜେପି ଅଧ୍ୟକ୍ଷ ଏବଂ ରାଜ୍ୟସଭା ସଂସଦ ଅଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ଆସାମରେ ବିଜେପି ପର୍ୟ୍ୟବେକ୍ଷକ ଭୂପେନ୍ଦ୍ର ଯାଦବ ଟ୍ୱିଟ କରି ମାଣିକ ଶାହାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।