ରୁଷ ଓ ୟୁକ୍ରେନ ଯୁଦ୍ଧରେ ନିଜର ବିପୁଳ ସଂଖ୍ୟାରେ ସୈନ୍ୟଙ୍କୁ ହରାଇଥିବା ମାନିଲା ମସ୍କୋ

ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ | ଯୁଦ୍ଧକୁ ୬ ସପ୍ତାହରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ଉଭୟ ପରସ୍ପର ଜିଦ ରେ ଅଟଳ ରହି, ଲଗାତାର ଭାବେ ଆକ୍ରମଣ କରି ଚାଲିଛନ୍ତି | ରୁଷ ୟୁକ୍ରେନ ଉପରେ ଲଗାତାର ଭାବେ ମିଶଇଳ ମାଡ଼ ସହ ଗୁଳି ବର୍ଷା କରୁଥିବା ବେଳେ, ଯାହାର କଡା ମୁକାବିଲା କରୁଛନ୍ତି ୟୁକ୍ରେନ ସେନା | ଫଳ ସରୂପ ଉଭୟଙ୍କ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି | ୟୁକ୍ରେନ ର ଅନେକ ସାଧାରଣ ଲୋକଙ୍କ ସହ ସୈନ୍ୟ ମାନେ ମରୁଥିବା ବେଳେ, ୟୁକ୍ରେନ ର ପାଲଟା ଆକ୍ରମଣ ରେ ରୁଷ ର ମଧ୍ୟ ଆଣେ ସୈନ୍ୟ ମୃତ୍ୟୁ ବାରଣ କରୁଛନ୍ତି | ତେବେ ୟୁକ୍ରେନ ପକ୍ଷରୁ ଏନେଇ ଦାବି ହୋଇ ଆସୁଥିବା ବେଳେ, ରୁଷ ଏହି ଦାବି କୁ ଅସ୍ବୀକାର କରି ଆସୁଥିଲା | ତେବେ କିନ୍ତୁ ଏହି ଯୁଦ୍ଧରେ ଅନେକ କ୍ଷତି ସହିଥିବା ଆଜି ଶେଷରେ ସ୍ୱୀକାର କରିଛି।

ୟୁକ୍ରେନ ସହ ଯୁଦ୍ଧରେ ବିପୁଳ ସଂଖ୍ୟାରେ ସୈନ୍ୟଙ୍କୁ ରୁଷ ହରାଇଥିବା ମସ୍କୋ ପକ୍ଷରୁ କୁହାଯାଇଛି। ତେବେ ପ୍ରକୃତରେ କେତେ ସୈନ୍ୟ ପ୍ରାଣ ହରାଇଛନ୍ତି, ତା’ର ସଂଖ୍ୟା ରୁଷ ଜାରି କରିନାହିଁ।

ପୂର୍ବରୁ ୟୁକ୍ରେନ ସରକାର ଯୁଦ୍ଧରେ ରୁଷ ୨୦ ହଜାରରୁ ଅଧିକ ସୈନ୍ୟ ହରାଇଥିବା ଦାବି କରିଥିଲେ। ହେଲେ ରୁଷ କେବଳ ନୀରବତା ଅବଲମ୍ବନ କରି ଚାଲିଥିଲା। ହେଲେ ଏବେ କ୍ରେମଲିନର ମୁଖପାତ୍ର ଦିମିତ୍ରି ପେସକୋଭ ଯୁଦ୍ଧ ଯୋଗୁ ରୁଷ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା କଥା କହିଛନ୍ତି।

ସେ କହିଛନ୍ତି, ଯୁଦ୍ଧରେ ରୁଷ ବିପୁଳ ସଂଖ୍ୟାରେ ସୈନ୍ୟଙ୍କୁ ହରାଇଛି। ଆକଳନ ଠାରୁ ଅଧିକ ସଂଖ୍ୟକ ଟ୍ରୁପ୍ସଙ୍କ ଜୀବନ ଯାଇଛି। ବିପୁଳ ସଂଖ୍ୟାର ଯବାନ ଆହତ ମଧ୍ୟ ହୋଇଛନ୍ତି। ଏହା ଆମ ମାନଙ୍କ ପାଇଁ ବହୁତ ବଡ଼ ଟ୍ରାଜେଡି ବୋଲି ସେ କହିଛନ୍ତି।

ରୁଷ ୬ ସପ୍ତାହରୁ ଅଧିକ ଦିନ ହେଲା ୟୁକ୍ରେନ ଉପରେ କରୁଥିବା ହମଲା ଯୋଗୁ ୪୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଲକ୍ଷଲକ୍ଷ ଲୋକ ଦେଶ ଛାଡ଼ିଥିବା ବେଳେ ଅନେକ ମୃତାହତ ହୋଇଛନ୍ତି। ଏକଦା ସୁନ୍ଦର ସହରମାନଙ୍କ ମଧ୍ୟରେ ଗଣତି ହେଉଥିବା ୟୁକ୍ରେନର ବିଭିନ୍ନ ସ୍ଥାନରେ ଏବେ କେବଳ ଧ୍ୱଂସସ୍ତୁପ ଦେଖିବାକୁ ମିଳିଛି। ବଡ଼ବଡ଼ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ଐତହ୍ୟ ସ୍ମାରକୀଗୁଡ଼ିକ ମାଟିରେ ମିଶି ଯାଇଛି। ରାସ୍ତାଘାଟ ଛିନଛତ୍ର ହୋଇଯାଇଛି। ଚାରିଆଡ଼େ ଖାଲି କେବଳ ଭୟର ବାତାବରଣ।

ଅନ୍ୟପଟେ ରୁଷର ଏପରି ବର୍ବରତା ଯୋଗୁ ମିଳିତ ଜାତିସଂଘ ମାନବାଧିକାର ପରିଷଦରୁ ରୁଷକୁ ନିଲମ୍ବିତ କରାଯାଇଛି। ୟୁକ୍ରେନରେ ବର୍ତ୍ତମାନ ରୁଷ ମାନବାଧିକାର ଉଲ୍ଲଙ୍ଘନ କରୁଛି। ଏଥିଯୋଗୁ ସେଠାରେ ମାନବୀୟ ସଙ୍କଟ ସୃଷ୍ଟି ହୋଇଥିବା ଜାତିସଂଘ କହିଛି।

ରୁଷ ହମଲା କରୁଥିଲେ ମଧ୍ୟ ଏଯାଏ ଆଶାତୀତ ସଫଳତା ପାଇନାହିଁ। ୟୁକ୍ରେନ ସେନା ରୁଷର କଡ଼ା ମୁକାବିଲା କରୁଥିବାରୁ ମସ୍କୋ ତା’ର ଲକ୍ଷ୍ୟ ସ୍ଥଳରେ ଯେତେ ଶୀଘ୍ର ପହଞ୍ଚିବ ବୋଲି ଆଶା କରିଥିଲା, ତା’ହା ହୋଇପାରିନି।

ଅନ୍ୟପକ୍ଷରେ ଯୁଦ୍ଧଖୋର ଆଭିମୁଖ୍ୟ ଯୋଗୁ ଆମେରିକା ସମେତ ଏକାଧିକ ଦେଶ ରୁଷ ଉପରେ ଆର୍ଥିକ ଓ ବ୍ୟବସାୟିକ କଟକଣା ଲଗାଇଛନ୍ତି। ଫଳରେ ରୁଷ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଛି।

Related Posts