ଭାରତରେ ପାଦ ଥାପିଲା ମଙ୍କିପକ୍ସ: ବିଦେଶରୁ କେରଳ ଫେରିଥିବା ଜଣେ ବ୍ୟକ୍ତିଙ୍କ ନିକଟରେ ମଙ୍କିପକ୍ସ ଭାଇରସ ଚିହ୍ନଟ

ନୂଆଦିଲ୍ଲୀ: କରୋନା ପରେ ଏବେ ସାରା ବିଶ୍ୱରେ ଭୟଂକର ସ୍ଥିତି ଉତ୍ପନ୍ନ କରିଥିବା ମଙ୍କିପକ୍ସ ଏବେ ଭାରତରେ ପାଦ ଥାପିଛି । ଦେଶରେ ଚିହ୍ନଟ ହୋଇଛି ପ୍ରଥମ ସଂକ୍ରମଣ । ବିଦେଶରୁ କେରଳ ଫେରିଥିବା ଜଣେ ବ୍ୟକ୍ତିଙ୍କ ନିକଟରେ ମଙ୍କିପକ୍ସ ଭାଇରସ ଚିହ୍ନଟ ହୋଇଛି । ରୋଗର ସମସ୍ତ ଲକ୍ଷଣ ଦେଖାଯିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ସାମ୍ପଲ ନେସନାଲ ଇନଷ୍ଟିଚ୍ୟୁଟ ଅଫ ବାୟରୋଲୋଜିକୁ ପଠାଯାଇଥିଲା ।

ତେବେ ଭାରତରେ ପ୍ରଥମ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ଏହାକୁ ନେଇ ଭୟ ଆହୁରି ବଢିଯାଇଛି । ଲୋକମାନେ ଭାଇରସକୁ ନେଇ ଅଧିକ ଚିନ୍ତାରେ ପଡିଛନ୍ତି । ଏବେ ଯାଏଁ ଅନ୍ୟ ଦେଶରେ କାୟା ବିସ୍ତାର କରୁଥିବା ଭାଇରସ ମଙ୍କିପକ୍ସ ଏବେ ଭାରତରେ ପହଞ୍ଚିଛି । ସେପଟେ ସଂକ୍ରମଣ ବିରୋଧରେ କୌଣସି ଟିକା କିମ୍ବା ଔଷଧ ପ୍ରସ୍ତୁତ ହୋଇ ନଥିବାର କାରଣରୁ ଏହାର ଭୟାବହତା ଅଧିକ ରହିଛି ।

Related Posts