ହରପ୍ରସାଦ ନୂଆଗାଁ ହାଇସ୍କୁଲ ଭିତରୁ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୋରଡ଼ା : ପୁଣି ଜଣେ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର । ହରପ୍ରସାଦ ନୂଆଗାଁ ହାଇସ୍କୁଲ ଭିତରୁ ଜଣେ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ତଥା ମୋରଡା ବ୍ଲକ ଅଧିନ ନୂଆଗାଁ ସ୍ଥିତ ହରପ୍ରସାଦ ଶିକ୍ଷାସଦନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏହି ଘଟଣା । ବିଦ୍ୟାଳୟ ପରିସରରେ ଥିବା ଏକ ଘର ଭିତରେ ଜନୈକ କଲେଜ ଛାତ୍ରୀଙ୍କ ମୃତଦେହ ଝୁଲୁଥିବାର ଅପରାହ୍ନ ୪ଟା ସମୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଖବର ପାଇ ସଙ୍ଗେ ସଙ୍ଗେ ଏନେଇ ମୋରଡା ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ମୋରଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଉକ୍ତ ବିଦ୍ୟାଳୟରେ ପିଅନ ଭାବେ କିଛିଦିନ ପୂର୍ବରୁ ଦୁଲାଲୀ ସିଂ ଯୋଗଦେଇଥିବା ବେଳେ ଦୁଲାଲୀ ତାଙ୍କ ଝିଅ ଏବଂ ପୁଅ ମିଶି ତିନିଜଣ ବିଦ୍ୟାଳୟ ପରିସରରେ ଏକ ଘରେ ରହୁଥିଲେ । ହେଲେ ଅପରାହ୍ନ ପ୍ରାୟ ୪ ଟା ସମୟରେ ବିଦ୍ୟାଳୟ ଛୁଟି ହେବା ସମୟରେ କିଛି ଛାତ୍ରଛାତ୍ରୀ ଉକ୍ତ ରୁମର ଝରକା ପଟେ ରୁମ ଭିତରେ ଦୁଲାଲୀଙ୍କ ଝିଅର ଶବ ଝୁଲୁଥିବାର ଦେଖିଥିଲେ । ପ୍ରଧାନ ଶିକ୍ଷକଙ୍କୁ ଏନେଇ ଜଣାଇଥିଲେ ।

ପ୍ରଧାନ ଶିକ୍ଷକ କୁଳମଣି ଭୋଇ ସଙ୍ଗେ ସଙ୍ଗେ ଘଟଣା ସମ୍ପର୍କରେ ମୋରଡା ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ମୋରଡା ଥାନା ପୋଲିସ ଘଟଣା ସ୍ଥଳରେ ସଙ୍ଗେ ସଙ୍ଗେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଆତ୍ମହତ୍ୟା କରିଥିବା ଛାତ୍ରୀ ଭିତର ପଟୁ କବାଟ ଲାଗାଇଦେଇଥିଲେ । ତେବେ ମୃତ ଛାତ୍ରୀ ଜଣକ ପିଅନ ଦୁଲାଲୀଙ୍କ ଝିଅ ସବିତା ସିଂ ।

Related Posts