ମନୋଜ ଆହୁଜା ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ!

ଭୁବନେଶ୍ୱର,୨୫/୬(ସତ୍ୟପାଠ ବ୍ୟୁରୋ): ମନୋଜ ଆହୁଜା ହୋଇ ପାରନ୍ତି ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ | ଓଡିଶା କ୍ୟାଡରର ଏହି ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବେ କେନ୍ଦ୍ରରେ କୃଷି ସଚିବ ଅଛନ୍ତି | ରାଜ୍ୟରେ ସରକାର ବଦଳିବା ପରେ ତାଙ୍କୁ ପୁଣି ଓଡିଶା ଫେରାଇ ଆଣିବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ | ଯାହାକୁ ଆଜି କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି | ଏବେ ରାଜ୍ୟରେ ସରକାର ବଦଳିଥିବା ବେଳେ ମନୋଜ ଆହୁଜା ନୂଆ ସାରାକରର ସୁପାରିଶରେ ଓଡିଶାକୁ ଫେରୁଛନ୍ତି | ଏହାକୁ ନେଇ ଚର୍ଚ୍ଚା ହେଉଛି ଯେ, ସେ ହିଁ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ |

ସୂଚନାଯୋଗ୍ୟ ଯେ, ରାଜ୍ୟ ପ୍ରଶାସନରେ ଓ ଲୋକସେବା ଭବନରେ ପାଣ୍ଡିଆନ କୋଟେରୀ ସକ୍ରିୟ ହେବା ପରେ ମନୋଜ ଆହୁଜା ଦିଲ୍ଲୀ ଚାଲିଯାଇଥିଲେ | ଏବେ ସରକାର ବଦଳିବା ପରେ ସେ ଓଡିଶାକୁ ଫେରୁଛନ୍ତି ଓ ସେ ରାଜ୍ୟର ଆଗାମୀ ମୁଖ୍ୟ ଶାସନ ସଚିବ ହେବେ ବୋଲି କୁହାଯାଉଛି |

Related Posts