ଜୁନ ଶେଷ ଆଡକୁ ଓଡିଶା ଛୁଇଁବ ମୌସୁମୀ

ସତ୍ୟପାଠ ବ୍ୟୁରୋ : ଜୁନ ତୃତୀୟ ସପ୍ତାହ ଅର୍ଥାତ ରଜ ପରେ ଓଡିଶା ଆସିବ ମୌସୁମୀ । ୭ରୁ ୮ ତାରିଖ ବେଳକୁ ସ୍ୱଳ୍ପୁ କିମ୍ବା ମଧ୍ୟମ ଧରଣରୁ ବର୍ଷା ହୋଇପାରେ ରାଜ୍ୟରେ । କିନ୍ତୁ ଏହା ପ୍ରାକ୍ ମୌସୁମୀ ବର୍ଷା ନୁହେଁ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ତେବେ ୪୮ଘଂଟା ଭିତରେ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା ଥିବା କହିଛି ଭାରତୀୟ ପାଣିପାଗ ବିଭାଗ ।

ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୮ତାରିଖ ଯାଏ ଉତ୍ତର , ଉପକୂଳ ଓ ପଶ୍ଚିମ ଓଡିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ତାପମାତ୍ରା ସାମାନ୍ୟ କମିପାରେ । ତେବେ ଗତକାଲି ରାତିରେ ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ ଆଦି ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇଛି ।

Related Posts