ଆରପାରିରେ ଉତ୍ତରାଖଣ୍ଡ ଅର୍ଥମନ୍ତ୍ରୀ

ସତ୍ୟପାଠ ବ୍ୟୁରୋ : ଉତ୍ତରାଖଣ୍ଡର ଅର୍ଥମନ୍ତ୍ରୀ ପ୍ରକାଶ ପନ୍ଥଙ୍କର ପରଲୋକ ହୋଇଛି । ଦୀର୍ଘଦିନରୁ ଅସୁସ୍ଥ ପନ୍ଥ ଆମେରିକା ୟୁନିଭରସିଟି ଅଫ୍ ଟେକ୍ସାସର ହସପିଟାଲରେ ରହି ଚିକିତ୍ସିତ ହେଉଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ପନ୍ଥଙ୍କ ମୃତ୍ୟୁକୁ ନେଇ ଉତ୍ତରାଖଣ୍ଡ ସରକାର ଗଭୀର ଶୋକବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଏନେଇ ତିନିଦିନିଆ ସରକାରୀ ଶୋକ ଘୋଷଣା କରିଛନ୍ତି । ଗୁରୁବାର ଉତ୍ତରାଖଣ୍ଡର ସମସ୍ତ ସରକାରୀ ଓ ଅର୍ଦ୍ଧ ସରକାରୀ କାର୍ଯ୍ୟାଳୟ ସମେତ ପ୍ରତିଷ୍ଠାନ ବନ୍ଦ ରହିବ ।

ପ୍ରକାଶ ପନ୍ଥଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପନ୍ଥଙ୍କ ସାଂଗଠାନିକ ଦକ୍ଷତା ପାଇଁ ଉତ୍ତରାଖଣ୍ଡରେ ବିଜେପି ମଜବୁତ ହୋଇ ପାରିଥିବା ଏକ ଟୁଇଟ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି । ପନ୍ଥ କିଛିମାସ ହେବ ନିଶ୍ୱାସପ୍ରଶାସ ଜନିତ ରୋଗରେ ଆକ୍ରାନ୍ତ ଥିଲେ ।

Related Posts