ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କେଜିଏସରେ ଫାୟାର ସେଫ୍ଟିକୁ ନେଇ ଅନେକ ଅନିୟମିତତା । ୧୫ ଦିନ ଭିତରେ ସମାଧାନ କରିବାକୁ ନିର୍ଦ୍ଦେଶ । ନହେଲେ ହେଇପାରେ ସିଲ୍ । ବିହାର ଅଗ୍ନିଶମ ସେବାର ଡିଆଇଜି ମନୋଜ କୁମାର ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କେଜିଏସରେ ଫାୟାର ସେଫ୍ଟିକୁ ନେଇ ଅନେକ ଅନିୟମିତତା ସାମ୍ନାକୁ ଆସିଛି । ଏସବୁକୁ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମନୋଜ କୁମାର ଆହୁରି କହିଛନ୍ତି ଯେ, ଯଦି ସମାଧାନ ନହୁଏ ତାହାଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । କୋଚିଂ ସେଣ୍ଟର ସିଲ୍ ସହ ଅନ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ତେବେ କେଉଁ କାରଣରୁ ଏଠାରେ ଫାୟାର ସେଫ୍ଟି ସର୍ଭେ ହୋଇଛି ତାହା ଜଣା ପଡି ନାହିଁ । କିନ୍ତୁ ଗତ କିଛି ଦିନ ତଳେ ବିହାରର ମୁଜାଫରନଗର ସ୍ଥିତ ଏକହସ୍ପିଟାଲରେ ନିଆଁ ଲାଗିଯାଇଥିଲା । ଫଳରେ ଆଇସିୟୁରେ ଥିବା୬ଜଣ ରୋଗୀ ପ୍ରାଣ ହରାଇଥିଲେ । ଏହା ପରେ ପ୍ରଶାସନ ତତ୍ପର ହୋଇ ଉଠିଛି ।