ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):କଲେଜ ଆଗରେ ଛାତ୍ରୀ ଓ ମା’ଙ୍କ ବେକରେ କଟୁରି ଲଗାଇ ବାହା ହେବାକୁ ଧମକ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଡେରାବିଶ ଥାନା ଅଧୀନ ଡେରାବିଶ କଲେଜ ପରିସରରେ । ଏକତରଫା ପ୍ରେମରେ ଅନ୍ଧ ହୋଇ ଜଣେ ଛାତ୍ର ଜଣେ ଛାତ୍ରୀ ଓ ତାଙ୍କ ମା’ଙ୍କ ବେକରେ କଟୁରି ଲଗାଇ ବାହାହେବାକୁ ଧମକ ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ଡେରାବିଶ କଲେଜ ସମ୍ମୁଖ ରାଜରାସ୍ତାରେ ନିଶାସକ୍ତ ଅବସ୍ଥାରେ ଛାତ୍ରଜଣକ ଏପରି ଆତଙ୍କରାଜ କରିଥିଲା। ପୁଲିସ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ +୩ ପ୍ରଥମ ବର୍ଷ ରାଜନୀତି ବିଜ୍ଞାନ ସମ୍ମାନ ଛାତ୍ର କେନ୍ଦ୍ରାପଡ଼ା ସଦର ଥାନା ମୀରପାଟଣା ଅଞ୍ଚଳର ଋତ୍ବିକରଞ୍ଜନ ଜେନାକୁ ଗିରଫ କରି କୋର୍ଟଚାଲାଣ କରିଛି।