ୟୁକ୍ରେନରେ ଫସି ରହିଛନ୍ତି ଅନେକ ଓଡ଼ିଆ ଛାତ୍ରଛାତ୍ରୀ: ରାଜ୍ୟ ସରକାରଙ୍କ ପକ୍ଷରୁ କଣ୍ଟ୍ରୋଲ ରୁମ୍‌ ନମ୍ବର ଜାରି

ରୁଷ ଓ ୟୁକ୍ରେନ ମଧ୍ୟରେ ଏବେ ଜାରି ରହିଛି ଘମାଘୋଟ ଲଢେଇ | ପରସ୍ପର ପରସ୍ପର ଉପରେ ଜାରି ରଖିଛନ୍ତି ଆକ୍ରମଣ | ଅନେକ ନିରୀହ ଜୀବନ ବଳି ପଡିବାରେ ଲାଗିଛି | ଦେଶ ଛାଡିବା ଭୟ ଏବେ ଦେଶବାସୀଙ୍କ ଘେରିବାରେ ଲାଗିଛି | ଏହାରି ମଧ୍ୟରେ ୟୁକ୍ରେନରେ ଫସି ରହିଛନ୍ତି ଅନେକ ଭାରତୀୟ |
ସମସ୍ତ ଭାରତୀୟଂକୁ ସୁରକ୍ଷିତ ଭାବେ ଆଣିବ ସରକାରଙ୍କ ପାଇଁ ଏକ ବଡ ଚ୍ୟାଲେଜ ପାଲଟିଛି | ଅନେକ ଭାରତୀୟଙ୍କ ମଧ୍ୟରେ ଅନେକ ଓଡ଼ିଆ ମାନେ ମଧ୍ୟ ଅଛନ୍ତି | ତେବେ ୟୁକ୍ରେନ୍‌ରେ ବିମାନ ସେବା ଉପରେ କଟକଣା ଲାଗିଥିବାରୁ ସେମାନଙ୍କୁ ଉଦ୍ଧାର କରିବାରେ ସମସ୍ୟା ଉତ୍ପନ୍ନ ହୋଇଛି ।

ଓଡ଼ିଆ ଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ କଣ୍ଟ୍ରୋଲ ରୁମ୍‌ ନମ୍ବର ଜାରି କରାଯାଇଛି । ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀ ଏହି ନମ୍ବର ବ୍ୟବହାର କରି ପରାମର୍ଶ ନେଇ ପାରିବେ । ଏହି ନମ୍ବର ଗୁଡ଼ିକ ହେଉଛି 0674-2534177, 7682982668 । ଏହାକୁ ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ପ୍ରେସ ରିଲିଜ୍‌ ଜାରି କରାଯାଇଛି ।

ୟୁକ୍ରେନରେ ଅଧିକାଂଶ ଡାକ୍ତରୀ ଛାତ୍ରଛାତ୍ରୀ ଫସି ରହିଛନ୍ତି । ଏହାକୁ ନେଇ ଅଭିଭାବକ ଚିନ୍ତାରେ ପଡ଼ି ଯାଇଥିବା ବେଳେ ସେମାନଙ୍କ ପିଲାମାନଙ୍କୁ ଫେରାଇ ଆଣିବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି । ସେପଟେ ଭାରତ ସରକାର ପୋଲାଣ୍ଡ ଓ ହଙ୍ଗରୀ ବିମାନ ବନ୍ଦରରୁ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ପ୍ରଚେଷ୍ଟା କରୁଛନ୍ତି | ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମଧ୍ୟ ପିଲାମାନଙ୍କୁ ଫେରାଇ ଆଣିବା ନେଇ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି |

Related Posts