ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରଷ୍ଟ୍ରରେ ଲାଉଡସ୍ପିକରକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ସେପଟେ ଆଜି ଔରଙ୍ଗାବାଦରେ ଏମଏନଏସ ମୁଖ୍ୟ ରାଜ ଠାକରେ ଏକ ସଭା କରିବାକୁ ଯାଉଛନ୍ତି । ଯେଉଁଥିପାଇଁ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ଏହା ମଧ୍ୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏମଏନଏସ ମୁଖ୍ୟଙ୍କୁ ଟାର୍ଗେଟ କରି ବଡ଼ ବୟାନ ଦେଇଛନ୍ତି । ତେବେ ରାଜ୍ୟରେ ମରାଠି ପରେ ବର୍ତ୍ତମାନ ହିନ୍ଦୁତ୍ୱକୁ ନେଇ ରାଜନୀତି ଚାଲିଛି । ହେଲେ ଆମକୁ ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ ନୁହେଁ ବୋଲି ଉଦ୍ଧବ ଠାକରେ କହିଛନ୍ତି । କେବଳ ଏତିକି ନୁହେଁ ବରଂ ଆମେ ଅନେକ ଲାଉଡ ସ୍ପିକର ଦେଖିଛୁ। ରାଜ୍ୟବାସୀ ସବୁକିଛି ବୁଝନ୍ତି । ଆମକୁ ହିନ୍ଦୁତ୍ୱ ନେଇ ରାଜନୀତି କରିବାର କୌଣସି ଆବଶ୍ୟକତା ନାହିଁ ।

ବର୍ତ୍ତମାନ ଆମକୁ ପ୍ରଶ୍ନ ପଚରାଯାଉଛି ଯେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲାଉଡସ୍ପିକର ବାହାର କରିଦେଉଛନ୍ତି, ତେବେ ଆପଣ କାହିଁକି କରୁନାହାନ୍ତି । ତେବେ ଦେଶର କରୋନାର ଦ୍ୱିତୀୟ ତରଙ୍ଗ ସମୟରେ କେତେ ଲୋକଙ୍କର ମୃତ୍ୟୁ ହୋଇଥିବା ସମସ୍ତେ ଦେଖିଛନ୍ତି ବୋଲି ଉଦ୍ଧବ ଠାକରେ କହିଛନ୍ତି। ସେଠାରେ ଥିବା ଅନେକ ଲୋକଙ୍କୁ ଶବଦାହ କରାଯାଇ ନାହିଁ। ସେ କହିଛନ୍ତି ମୁଁ ମୋ ରାଜ୍ୟବାସୀଙ୍କ ବିଷୟରେ ଅଧିକ ଚିନ୍ତିତ। ଲାଉଡ ସ୍ପିକର ପ୍ରସଙ୍ଗ କେବଳ ଆଜାନ ନୁହେଁ ସମସ୍ତ ଧର୍ମ ସହ ଜଡିତ। ସେ କହିଛନ୍ତି ଯେ ଲାଉଡ ସ୍ପିକର ସହିତ ଏତେ ସମସ୍ୟା ଅଛି, ଠିକ୍ ଯେପରି ବିମୁଦ୍ରୀକରଣ ସମଗ୍ର ଦେଶରେ ଲାଗୁ ହୋଇଛି, କେନ୍ଦ୍ର ସରକାର କାହିଁକି ଲାଉଡ ସ୍ପିକର ବିଷୟରେ ଜାତୀୟ ନୀତି ପ୍ରସ୍ତୁତ କରୁନାହାଁନ୍ତି? ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।