ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼, ରାଜ ଠାକରେଙ୍କ ଦଳ ସରକାରରେ ସାମିଲ ହେବା ନେଇ ଚର୍ଚ୍ଚା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ରର ରାଜନୀତିରେ ପୁଣି ଏକ ନୂଆ ଘଟଣା ଦେଖିବାକୁ ମିଳିଛି। ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ। ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଛି। ଏହାପରେ ରାଜଙ୍କ ଦଳ ନୂତନ ସରକାରରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ରାଜ ଙ୍କ ପୁଅ ଅମିତ୍ ଠାକରେ ଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପଦ ମିଳିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ସେପଟେ ଫଡନାଭିସ କହିଛନ୍ତି କିଛଦିନ ପୂର୍ବରୁ ରାଜ ଠାକରେ ଙ୍କ ର ଏକ ଅସ୍ତ୍ରପ୍ରଚାର ହୋଇଥିଲା ଓ ସେ ତାଙ୍କ ସ୍ବାସ୍ଥ୍ୟ ବସ୍ଥା ବୁଝିବାକୁ ଆସିଥିଲେ। ସରକାର ଗଠନ ହେବା ପୂର୍ବରୁ ମଧ୍ୟ ଏକନାଥ ଶିିନ୍ଦେ ରାଜ ଙ୍କ ସହ କଥା ହୋଇଥିଲେ ସେ ସମୟରେ ମଧ୍ୟ ରାଜ ସରକାର ରେ ସାମିଲ ହେବେ ବୋଲି ଚର୍ଚ୍ଚା ହୋଇଥିଲା ।

Related Posts