ମହାରାଷ୍ଟ୍ର ରାଜ୍ୟପାଳଙ୍କ ବିବାଦୀୟ ମନ୍ତବ୍ୟ ନେଇ ରାଜ ଠାକରେଙ୍କ ପ୍ରତିକ୍ରିୟା; “ମରାଠୀ ଲୋକଙ୍କୁ ବୋକା ବନାନ୍ତୁ ନାହିଁ”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ର ଓ ମରାଠୀ ଲୋକଙ୍କୁ ନେଇ ମହାରାଷ୍ଟ୍ର ରାଜ୍ୟପାଳଙ୍କ ବିବାଦୀୟ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ ଠାକରେ। ମହାରାଷ୍ଟ୍ର ନବନିର୍ମାଣ ସେନା ପ୍ରମୁଖ ରାଜ ଠାକରେ ଏହି ଘଟଣାରେ ରାଜ୍ୟପାଳଙ୍କୁ ଟାର୍ଗେଟ କରି କହିଛନ୍ତି ” ଆପଣ ମରାଠୀ ଲୋକଙ୍କୁ ବୋକା ବନାନ୍ତୁ ନାହିଁ। ଯଦି ଆପଣ ମହାରାଷ୍ଟ୍ରର ଇତିହାସ ବିଷୟରେ କିଛି ଜାଣି ନାହାଁନ୍ତି, ତେବେ ଏହା ବିଷୟରେ କୌଣସି ମନ୍ତବ୍ୟ ଦିଅନ୍ତୁ ନାହିଁ।”

ରାଜ ଠାକରେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟପାଳଙ୍କ ପଦ ଏକ ସମ୍ମାନଜନକ ପଦବୀ ତେଣୁ ଲୋକମାନେ ଏହା ବିରୁଦ୍ଧରେ କିଛି କହିବେ ନାହିଁ, କିନ୍ତୁ ଆପଣଙ୍କ ବିବୃତ୍ତି ମହାରାଷ୍ଟ୍ରର ଲୋକଙ୍କୁ ଆଘାତ ଦେଇଛି। ରାଜ ଆହୁରି କହିଛନ୍ତି “ରାଜ୍ୟରେ ମରାଠୀ ଲୋକଙ୍କ ପାଇଁ ଭଲ ଚାକିରି ସୁଯୋଗ ସୃଷ୍ଟି ହେଉଛି। ତେଣୁ ଅନ୍ୟ ରାଜ୍ୟର ଲୋକମାନେ ଏଠାକୁ ଆସି କାମ ପାଉଛନ୍ତି। ସେମାନେ ଅନ୍ୟ କୌଣସି ସ୍ଥାନରେ ଏପରି ପରିବେଶ ପାଇବେ କି? ବୋଲି ପ୍ରଶ୍ନ କରିଛନ୍ତି ରାଜ ଠାକରେ। ତେବେ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ମରାଠୀ ଲୋକଙ୍କୁ ବୋକା ବାନାନ୍ତୁ ନାହିଁ ବୋଲି ରାଜ ଠାକରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ କହିଛନ୍ତି।

ସୂଚନା ଅନୁସାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ କହିଥିଲେ ଯେ ଗୁଜରାଟୀ ଓ ରାଜସ୍ଥାନୀମାନଙ୍କୁ ତଡ଼ି ଦିଆଗଲେ ମହାରାଷ୍ଟ୍ର ଅର୍ଥଶୂନ୍ୟ ହୋଇଯିବ ଏବଂ ମୁମ୍ବାଇକୁ ଆଉ ଭାରତର ଅର୍ଥନୈତିକ ରାଜଧାନୀ କୁହାଯିବା ନାହିଁ । ରାଜ୍ୟପାଳଙ୍କ ଏହି ମନ୍ତବ୍ୟ ପରେ ରାଜ୍ୟ ବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି ଓ ଏହି ମନ୍ତବ୍ୟକୁ ଚାରିଆଡ଼େ ନିନ୍ଦା କରାଯାଇଛି।

Related Posts