ଟ୍ରେନ ଧକ୍କାରେ ବାପ-ପୁଅ ମୃତ

ବାଲେଶ୍ୱର- ରେଳ ଧାରଣା ଅତିକ୍ରମ କରିବା ସମୟରେ ଚାଲିଗଲା ବାପ-ପୁଅଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରୂପସା ରେଳଷ୍ଟେସନ ନିକଟ ଲେବଲକ୍ରସିଂ ଠାରେ । ମୃତକ ଦ୍ୱୟ ହେଲେ ଦୀର୍ଘ ଦିନରୁ ରେଳ ଷ୍ଟେସନ ନିକଟରେ ଅସ୍ଥାୟୀ ଭାବେ ଘର କରି ରହୁ ଥିବା ପଟ ରାଜୁ ଓ ତାଙ୍କ ପୁଅ । ଆଜି ଅପରାହ୍ନରେ ବାପ ପୁଅ ଲେବଲ କ୍ରସିଂ ଅତିକ୍ରମ କରୁଥିବା ବେଳେ ଦୂରନ୍ତ ଏକ୍ସପ୍ରେସ ବାପ-ପୁଅଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଥିଲା ।

Related Posts