କଳାହାଣ୍ଡି : କଳାହାଣ୍ଡି ପୋଲିସକୁ ସଫଳତା । ଠାବ ହେଲା ମାଓ କ୍ୟାମ୍ପ । ଏଥିସହ ବିପୁଳ ପରିମାଣର ମାଓସାମଗ୍ରୀ ଜବତ ହୋଇଛି। ଶନିବାର କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ କାଞ୍ଚନମୁଁହି ଜଙ୍ଗଲରୁ ପୋଲିସ ଏକ ମାଓ କ୍ୟାମ୍ପ ଠାବ କରିଛି।

କ୍ୟାମ୍ପରେ ମାଓ ସାମଗ୍ରୀ ସହ ଡିଟୋନେଟର, ମାଓ ପୋଷ୍ଟର, ବିଦ୍ୟୁତ ତାର, ମାଓ ପୁସ୍ତିକା, କିଟ୍ ବ୍ୟାଗ୍, ମାଓ ପୋଷାକ, ଏଲ୍ଇଡି ଲାଇଟ୍‌, ବିଦ୍ୟୁତ୍ ତାର, କମ୍ବଳ, ରୋଷେଇ ସାମଗ୍ରୀ ଔଷଧ, ଅନ୍ଯାନ୍ଯ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଜବତ କରାଯାଇଛି। ଏନେଇ ଥିବା କଳାହାଣ୍ଡି ଆରକ୍ଷି ଅଧିକ୍ଷକ ଅବିଲାସ ଜି ସାମ୍ୱାଦିକ ସମ୍ମିଳନୀରେ ଜଣାଇଛନ୍ତି।