୧୨୧୪ ଦିନ ପରେ ଦିନିକିଆରେ ବିରାଟଙ୍କ ଶତକ; ଭାଙ୍ଗିଲେ ରିକି ପଣ୍ଟିଂଙ୍କ ଏହି ରେକର୍ଡ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଭାରତର ରନ ବର୍ଷା ଜାରି ରହିଛି। ଈଶାନ କିଶନ ଦ୍ରୁତତମ ଦ୍ୱିଶତକ ହାସଲ କରି ଆଉଟ ହେବା ପରେ ବିରାଟ କୋହଲି ଶତକ ହାସଲ ଛନ୍ତି। ସେ ବାଂଲାଦେଶର ଦ୍ରୁତ ବୋଲର ଇବାଦତ ହୁସେନଙ୍କୁ ଚମତ୍କାର ଢଙ୍ଗରେ ଛକା ମାରି ନିଜର ଶତକ ପୂରଣ କରିଛନ୍ତି। ତେବେ ଗତ ୨୦୧୯ ଅଗଷ୍ଟ ମାସ ପରେ ଦିନିକିଆରେ ବିରାଟଙ୍କ ଏହା ପ୍ରଥମ ଶତକ। ସେ ଦୀର୍ଘ ୧୨୧୪ ଦିନ ପରେ ଦିନିକିଆରେ ଶତକ ହାସଲ କରିଛନ୍ତି। ୨୫ଟି ଇନିଂସ ପରେ ବିରାଟ ଦିନିକିଆରେ ଶତକ ହାସଲ କରିଛନ୍ତି। ଏହା ତାଙ୍କ ଦିନିକିଆ କ୍ୟାରିୟରର ୪୪ତମ ଶତକ।

ତେବେ ଆଜିର ଶତକକୁ ମିଶାଇ ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ ୭୨ତମ ଶତକ ହାସଲ କରିଛନ୍ତି। ସେ ଏବେ ଦିନିକିଆରେ ଶତକ ମାମଲାରେ ଅଷ୍ଟ୍ରେଲିଆର ରିକି ପଣ୍ଟିଂଙ୍କୁ ଅତିକ୍ରମ କରି ଯାଇଛନ୍ତି। ସେହିପରି ସଚିନ ତେନ୍ଦୁଲକରଙ୍କ ଦିନିକିଆ ଶତକ ରେକର୍ଡ ଠାରୁ ବିରାଟ ମାତ୍ର ୫ଟି ସେଞ୍ଚୁରୀ ପଛରେ ରହିଛନ୍ତି। ସେହିପରି ସଚିନଙ୍କ ଅନ୍ତର୍ଜାତୀୟ ସେଞ୍ଚୁରୀ ରେକର୍ଡ ଠାରୁ ବିରାଟ ୨୮ଟି ଶତକ ଦୂରରେ ଅଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରୋହିତ ଶର୍ମା ଆଜି ଖେଳୁ ନଥିବା ବେଳେ ବିରାଟ ଶତକ ହାସଲ କରିଛନ୍ତି। ଏସିଆ କପରେ ମଧ୍ୟ ରୋହିତ ଶର୍ମା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଖେଳୁ ନଥିଲେ। ସେତେବେଳେ ମଧ୍ୟ ବିରାଟ ଟି-୨୦ରେ ନିଜର ପ୍ରଥମ ଶତକ ହାସଲ କରିଥିଲେ।

୨୦୧୯ ପରଠାରୁ ବିରାଟ ନିୟମିତ ଫେଲ ମାରି ଆସୁଥିଲେ। ହେଲେ ୨୦୨୨ ଏସିଆ କପର ଶେଷ ମ୍ୟାଚ୍‌ ଠାରୁ ବିରାଟ ଫର୍ମକୁ ଫେରିଛନ୍ତି। ଆଫଗାନିସ୍ତାନ ବିପକ୍ଷ ଶେଷ ମ୍ୟାଚ୍‌ରେ ସେ ଶତକ ହାସଲ କରିଥିଲେ। ଏହା ଟି-୨୦ରେ ତାଙ୍କର ପ୍ରଥମ ଶତକ ଥିଲା।

ଟି-୨୦ ବିଶ୍ୱକପର ସେମି ଫାଇନାଲରୁ ଭାରତ ବିଦାୟ ନେଇଥିଲେ ମଧ୍ୟ ବିରାଟ ପୂରା ଟୁର୍ଣ୍ଣାମେଣ୍ଟର ଜବରଦସ୍ତ ବ୍ୟାଟିଂ କରିଥିଲେ। ଏଥିସହ ବିଶ୍ୱକପରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ମଧ୍ୟ ବନିଥିଲେ।

ଆଜି ମଧ୍ୟ ସେ ବାଂଲାଦେଶ ବିପକ୍ଷ ଶେଷ ଦିନିକିଆରେ କମାଲ କରିଛନ୍ତି। ଆରମ୍ଭରୁ ଧିମା ଖେଳୁଥିବା ବିରାଟ ସେଟ ହେବା ପରେ ନିଜର ଆକ୍ରମଣାତ୍ମକ ରୂପ ଦେଖାଇ ମାତ୍ର ୮୫ଟି ବଲରେ ନିଜର ଶତକ ହାସଲ କରିଥିଲେ। ତେବେ ସେ ୯୧ ବଲରେ ୧୧୩ ରନ କରି ଆଉଟ ହୋଇଯାଇଛନ୍ତି। ଏହି ଇନିଂସରେ ସେ ୧୧ଟି ଚୌକା ଓ ୨ଟି ଛକା ମାରିଛନ୍ତି।l

Related Posts