ଦାରିଙ୍ଗବାଡି ବୁଡ଼ାଗୁଡା ପଞ୍ଚାୟତରେ ମାଓ ପୋଷ୍ଟର: ସରପଞ୍ଚଙ୍କୁ ଗୁଳିକରି ହତ୍ୟା ଧମକ

ଦାରିଙ୍ଗବାଡି : ଲାଗିଲା ମାଓ ପୋଷ୍ଟର । ମିଳିଲା ହତ୍ୟା ଧମକ । ଦାରିଙ୍ଗବାଡି ବୁଡ଼ାଗୁଡା ପଞ୍ଚାୟତ ମାଓବାଦୀମାନେ ନିଜ ଉପସ୍ଥିତି ଜାହିର କରିବାକୁ ଯାଇ ଲଗାଇଛନ୍ତି ମାଓ ପୋଷ୍ଟର । ପୋଷ୍ଟର ଜାରି କରି ଦେଇଛନ୍ତି ଚେତାବନୀ । ବୁଡ଼ାଗୁଡା ପଞ୍ଚାୟତ ମୁଖ୍ୟ ପାଚେରୀରେ ମାଓବାଦୀମାନେ ଲଗାଇଛନ୍ତି ପୋଷ୍ଟର ।

ଏହି ପୋଷ୍ଟରରେ ସରପଞ୍ଚଙ୍କୁ ଗୁଳିକରି ମାରିଦେବା ନେଇ ଉଲ୍ଲେଖ ହୋଇଛି । ବୁଡ଼ାଗୁଡ଼ା ସରପଞ୍ଚ ତାତୁରା ପ୍ରଧାନଙ୍କ ନାମରେ ଲାଗିଛି ଏହି ପୋଷ୍ଟର ।

ଡେଡ଼ିମାହା ଠାରୁ ଡ଼ାବାରିବାନ୍ଧା ରାସ୍ତା ନିର୍ମାଣ କାଯ୍ୟ ତୁରନ୍ତ ସାରିବା ପାଇଁ ଏହି ପୋଷ୍ଟରରେ ଚେତାବନୀ ଦିଆଯାଇଛି ।

ତେବେ ଏନେଇ ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ସେପଟେ ପୋଷ୍ଟର କୁ ନେଇ ଅଂଚଳରେ କୋକୁଆ ଭୟ ଖେଳି ଯାଇଛି ।

Related Posts