ମହିଳାଙ୍କ ସହ ୩୦ ବର୍ଷ ଦୁଷ୍କର୍ମ କରିଥିବା ମାଓବାଦୀ ନେତାର ଜେଲରେ ମୃତ୍ୟୁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହିଳାଙ୍କ ସହ ୩୦ ବର୍ଷ ଦୁଷ୍କର୍ମ କରିଥିବା ମାଓବାଦୀ ନେତାର ଜେଲରେ ମୃତ୍ୟୁ । ତେବେ ୮୧ ବର୍ଷିୟ ଭାରତୀୟ ବଂଶଦ୍ଭୋବ ମାଓବାଦୀ ନେତାର ମୃତ୍ୟୁ ହୋଇଛି। ନିଜକୁ କମରେଡ୍ ବୋଲାଉଥିଲା ଅରବିନ୍ଦନ ବାଲକୃଷ୍ଣନକୁ ୨୦୧୬ରେ ୨୩ ବର୍ଷ ଜେଲ ଦଣ୍ଡ ହୋଇଥିଲା। ମହିଳାଙ୍କୁ ଯୌନ ନିର୍ୟାତନା ଦେବା ଏବଂ ନିଜ ଝିଅକୁ ୩୦ ବର୍ଷ ଧରି ବନ୍ଦୀ ରଖିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା। ସ୍କାଏ ନ୍ୟୁଜର ଏକ ରିପୋର୍ଟ ଅନୁସାରେ, ବାଳକୃଷ୍ଣନ ନିଜ ପାଖରେ ଇଶ୍ୱରୀୟ ଶକ୍ତି ଥିବା କହି ମହିଳାଙ୍କ ବିଶ୍ୱାସ ଜିତି ସେମାନଙ୍କ ସହ ଦୁଷ୍କର୍ମ କରିଥିଲା। ୧୯୭୫ ମସିହାରେ କେରଳ ଜନ୍ମ ଗ୍ରହଣ କରିଥିବା ବାଳକୃଷ୍ଣନ ସିଙ୍ଗାପୁରରୁ ଲଣ୍ଡନ ଯାଇଥିଲା।

ସେଠାରେ ସେ ୱାର୍କର୍ସ ଇନଷ୍ଟିଚ୍ୟୁଟ ଅଫ ମାର୍କ୍ସବାଦ-ଲେଲିନବାଦ-ମାଓ ଜେଡାଙ୍ଗ ଥଟ୍ ନାମକ ଏକ ଗୁପ୍ତ ମାଓବାଦୀ କମ୍ୟୁନ ସ୍ଥାପନ କରିଥିଲା। ଲଣ୍ଡନ ଜେଲର ବାଲାକୃଷ୍ଣନର ମୃତ୍ୟୁ ହୋଇଥିବା ପ୍ରିନ୍ସଟାଉନର ପୋଲିସ ଅଧିକାରୀ ଏଚଏମପି ଡାର୍ଟମୂର କହିଛନ୍ତି। ମାର୍ଗନ-ଡେବିସ ନିଜ ବାପାଙ୍କ ଘରେ ନିଜ ଅନୁଭବ ପ୍ରକାଶ କରି ଏହା ଏକ ଭୟଙ୍କର, ଅତ୍ୟନ୍ତ ଅମାନବୀୟ ଏବଂ ଅପମାନଜନକ ବୋଲି କହିଛନ୍ତି। ସେ ବିବିସିକୁ କହିଛନ୍ତି, ପିଞ୍ଜରାରେ ବନ୍ଦୀ ପକ୍ଷୀ ପରି ମୋର ଅବସ୍ଥା ଥିଲା । ୨୦୧୩ ମହିସାରେ ସେ ନିଜ ବାପାଙ୍କ କବଳରୁ ମୁକୁଳିବାରେ ସଫଳ ହୋଇଥିଲେ। ଏହାପରେ ଅଧିକ ଶିକ୍ଷା ପାଇଁ ଲିଡ୍ସ ଚାଲି ଯାଇଥିଲେ। ବାଳକୃଷ୍ଣନ ବିରୋଧରେ ୧୬ଟି ମାମଲା ଚାଲିଥିଲା।

Related Posts