ହସିଣା ଗାଁରେ ଛାତିଥରା ଦୃଶ୍ୟ, ମଶାଣିରେ ଜଳିଲା 8 ଜଣଙ୍କ ଚିତା

କେନ୍ଦ୍ରାପଡ଼ା ମହାକାଳପଡ଼ା ଡଙ୍ଗା ବୁଡ଼ି ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କର ଗୁରୁବାର ରାତିରେ ଶବ ସତ୍କାର କରାଯାଇଛି । ଜଣକୁ ବାଦ୍‌ ଦେଲେ ହସିଣା ଗାଁ ଶ୍ମସାନରେ ଅନ୍ୟ 8 ଜଣଙ୍କର ସାମୁହିକ ଶବ ଦାହ କରାଯାଇଥିଲା । ସେଠାରେ ସୃଷ୍ଟି ହୋଇଥିଲା ଶୋକକୁଳ ପରିବେଶ । ହସିଣା ଗ୍ରାମବାସୀଙ୍କ ଏହି ଦୁଃଖ ସମୟରେ ସେମାନଙ୍କ ପାଖରେ ଛିଡ଼ା ହୋଇଥିଲା ଆଖ ପାଖ ଅଞ୍ଚଳର ହାଜର ହଜାର ଜନତା ।

ଆତ୍ମୀୟଙ୍କୁ ହରାଇଥିବା ଲୋକମାନେ ବୁକୁ ଫଟାଇ କାନ୍ଦୁଥିଲେ । କୁନି କୁନି ପିଲାଙ୍କୁ ହରାଇଥିବା ବାପା ମା’, ଜେଜେ ବାପା ଜେଜେ ମା’, ଆତ୍ମୀୟ, ପରିବାର ଜନ ଅଧୈର୍ଯ୍ୟ ହୋଇଉଠୁଥିଲେ । ଯେମିତି ଯନ୍ତ୍ରଣାରେ ଛଟପଟ ହେଉଥିଲା ପୁରା ହସିଣା ଗାଁ । ଡଙ୍ଗା ବୁଡ଼ି ଘଟଣାର ଠିକ୍‌ 24 ଘଣ୍ଟା ପରେ ଗାଁ ମଶାଣିରେ ଜଳି ଥିଲା ସାମୁହିକ ଚିତା ।

ଗାଁ ଲୋକଙ୍କୁ ନିଜ ପରିଜନଙ୍କ ମୃତ୍ୟୁ ଯେତିକି ଆଘାତ ଦେଇଛି, ସେମାନଙ୍କୁ ଏହି ସାମୁହିକ ଶବ ସତ୍କାର ଦୃଶ୍ୟ ତା ଠାରୁ ଢେର ଅଧିକ କଷ୍ଟ ଦେଇଥିଲା । ନିଜ ନିଜ ସମ୍ପର୍କୀୟ ଙ୍କୁ ଶେଷ ଥର ପାଇଁ ଦେଖିବା ପାଇଁ ଶ୍ମସାନକୁ ମହିଳା ମାନେ ବି ଯାଇଥିଲେ । କିନ୍ତୁ କୁନି କୁନି ପିଲାଙ୍କୁ ସବୁ ଦିନ ପାଇଁ ବିଦାୟ ଦେବାର ଭାବନା ସେମାନଙ୍କ ହୃଦୟକୁ ବିଦାରି ପକାଉ ଥିଲା ।

Related Posts