ଧରାପଡ଼ିଲା ପୋଲିସ୍‌ କର୍ମୀଙ୍କୁ ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ

ଉତ୍ତରପ୍ରଦେଶ ବୁଲନ୍ଦସହରରେ ଭିଡ଼ ହିଂସା ମାମଲାରେ ମାଷ୍ଟରମାଇଣ୍ଡକୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଯୋଗେଶ ରାଜ୍‌କୁ ଗିରଫ କରିଛି ପୋଲିସ । ଯୋଗେଶ ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ଥିବା ସୂଚନା ମିଳିଛି । ଯୋଗେଶକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ।

ଗତ ଡିସେମ୍ବର ୩ ତାରିଖରେ ବୁଲନ୍ଦସହରରେ ଗୋରୁ ହତ୍ୟାକୁ ନେଇ ହିଂସା ଦେଖାଦେଇଥିଲା । ଯେଉଁଥିରେ ଜଣେ ପୋଲିସକର୍ମୀଙ୍କୁ ହତ୍ୟା କରାଯାଇଥିଲା । ଯୋଗେଶ ନାଁରେ ହିଂସା ଉସକେଇବା ଓ ପୋଲିସକର୍ମୀଙ୍କୁ ହତ୍ୟା କରିବା ଅଭିଯୋଗ ଥିଲା । ମିରଠ ଜୋନ୍‌ର ଆଇଜି ଗୁରୁବାର ଯୋଗେଶକୁ ଗିରଫ କରାଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି । ମାମଲାରେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ପୂର୍ବରୁ ଗିରଫ କରାଯାଇଛି ।

Related Posts