ଉତ୍ତରାଖଣ୍ଡରେ ବଡ଼ ଧରଣର ବସ ଦୁର୍ଘଟଣା: ଯମୁନା ଘାଟିର ଗଭୀର ଖାତକୁ ବସ ଖସିପଡିବାରୁ ୨୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଘଟିଛି ଏକ ବଡ଼ ଦୁଃଖଦ ଘଟଣା । ଗୋଟିଏ ବସ୍ ଏକ ଗଭୀର ଖାତ ମଧ୍ୟକୁ ଖସି ପଡ଼ିଛି । ଏହି ଘଟଣାରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ।

ବସଟି ପ୍ରାୟ ୨୦୦ ଫୁଟ୍ ଗଭୀର ଖାତକୁ ଖସିପଡିଛି । ସୂଚନା ମିଳିବା ପରେ ଘଟଣା ସ୍ଥଳରେ ଏସଡିଆରଏଫର ଯବାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।

ଏସପି ଅପର୍ଣ୍ଣ ଯଦୁବଂଶୀଙ୍କ ସୂଚନା ଅନୁସାରେ, ଡାମଟାରୁ ପ୍ରାୟ ୨ କିଲୋମିଟର ଦୂର ନୌଗାଁଓ ନିକଟରେ ଏହି ଦୁର୍ଘଟଣା ଘଟିଛି। ବସରେ ଥିବା ଯାତ୍ରୀମାନେ ମଧ୍ୟ ପ୍ରଦେଶର ପନ୍ନା ଅଞ୍ଚଳର ହୋଇଥିବା ଜଣାପଡିଛି । ସବୁ ଯାତ୍ରୀ ୟମୁନୋତ୍ରୀ ଦର୍ଶନ କରି ଫେରୁଥିଲେ।

ସୂଚନା ଅନୁସାରେ ବସରେ ପ୍ରାୟ ୨୮ରୁ ୨୯ ଜଣ ଯାତ୍ରୀ ଥିଲେ। ୪ରୁ ୫ ଗୁରୁତର ରୂପେ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟ ଶାସନ ଶଚିବ ସୁଖବୀର ସିଂ ସନ୍ଧୁ ସମସ୍ତ ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି ।

Related Posts