ସଲମାନ ଖାନ୍‌ ଓ ତାଙ୍କ ବାପା ତଥା ଲେଖକ ସଲୀମ ଖାନ୍‌ଙ୍କୁ ହତ୍ୟା ଧମକ

ମୁମ୍ବାଇ: ବିପଦରେ ସଲମାନ ଖାନ୍‌ଙ୍କ ଜୀବନ । ମିଳିଲା ହତ୍ୟା ଧମକ। ତେବେ କେବଳ ସଲମାନ ଖାନ୍‌ ନୁହଁନ୍ତି, ତାଙ୍କ ବାପା ତଥା ଲେଖକ ସଲୀମ ଖାନ୍‌ଙ୍କୁ ବି ହତ୍ୟା ଧମକ ମିଳିଛି। ଜଣେ ଅଜଣା ବ୍ୟକ୍ତି ଚିଠି ଲେଖି ହତ୍ୟା ଧମକ ଦେଇଛନ୍ତି। ଯେଉଁଥିରେ ଲେଖାଯାଇଛି ତୁମର ବି ମୁସେୱାଲା କରିଦେବୁ। ଅର୍ଥାତ ସିଦ୍ଧୁ ମୁସେୱାଲାଙ୍କ ଭଳି ତୁମକୁ ବି ହତ୍ୟା କରିବୁ।

ସଲୀମ ଖାନ୍‌ ସବୁବେଳେ ସକାଳ ମର୍ଣ୍ଣିଂ ୱାକ୍ କରି ଯେଉଁଠି ବସନ୍ତି ସେଇଠି ଏହି ଚିଠି ପଡ଼ିଥିବାରୁ ତାଙ୍କ ସୁରକ୍ଷାକର୍ମୀ ପାଇଥିଲେ ବୋଲି ସୂଚନା ମିଳିଛି। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରିଛି। ସୂଚନା ଥାଉକି ଗତ ମାସରେ ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁଶେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପଞ୍ଜାବ ମନସାର ଜବାହରକେ ଗାଁରେ ଦୁର୍ବୃତ୍ତମାନ ସିଦ୍ଧୁଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଗୁଳି କାଣ୍ଡ ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ରହିଛି ବୋଲି ପରେ ଜଣାପଡ଼ିଥିଲା।

ସୂଚନା ଥାଉକି ଗତ ମାସରେ ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁଶେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପଞ୍ଜାବ ମନସାର ଜବାହରକେ ଗାଁରେ ଦୁର୍ବୃତ୍ତମାନ ସିଦ୍ଧୁଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଗୁଳି କାଣ୍ଡ ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ରହିଛି ବୋଲି ପରେ ଜଣାପଡ଼ିଥିଲା। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ବର୍ତ୍ତମାନ ଦିଲ୍ଲୀର ତିହାର ଜେଲ୍‌ରେ ରହିଛି।

ବିଷ୍ଣୋଇ ଗ୍ୟାଙ୍ଗର ସଲମାନଙ୍କୁ ହତ୍ୟା କରିବା ପଛରେ ରହିଛି କଳା ହରୀଣ ଶିକାର ଘଟଣା। ଯାହା ଏବେ ବି କୋର୍ଟରେ ବିଚାରଧୀନ ଅବସ୍ଥାରେ ରହିଛି। ବିଷ୍ଣୋଇ ସମ୍ପ୍ରଦାୟ କଳା ହରିଣକୁ ଭଗବାନ ମାନନ୍ତି। ସଲମାନଙ୍କ ବିରୋଧରେ କଳା ହରିଣ ଶିକାର ମାମଲା ରହିଥିବାରୁ ବିଷ୍ଣୋଇ ଗ୍ୟାଙ୍ଗର ସଲମାନଙ୍କ ଉପରେ ରାଗ ରହିଛି। ଏଥିପାଇଁ ସେ ତାଙ୍କୁ ମାରିବା ପାଇଁ ଧମକ ଦେଇଛନ୍ତି । ତେବେ ପୁର୍ବରୁ ମଧ୍ୟ ତାଂକୁ ହତ୍ୟା କରିବା ନେଇ ଯୋଜନା ପ୍ରସ୍ତୁତ ହୋଇଥିଲା । ମାତ୍ର କୌଣସି କାରଣ ବଶତଃ ଯୋଜନା ସଫଳ ହୋଇପାରିନଥିଲା ।

Related Posts