ମାରଣାସ୍ତ୍ର ଦେଖାଇ ରାୟଗଡ଼ା ସହରର ସାଇପ୍ରିୟା ନଗରରେ ବଡ଼ଧରଣର ଲୁଟ

ରାୟଗଡ଼ା: ରାୟଗଡ଼ା ସହରର ସାଇପ୍ରିୟା ନଗରରେ ବଡ଼ଧରଣର ଲୁଟ ଘଟିଛି | ଦୁର୍ବୁତ୍ତ ମାନେ ମାରଣାସ୍ତ୍ର ଦେଖାଇ ଲୁଟ କରିଛନ୍ତି | ହାତ ଗୋଡ ବାନ୍ଧି ଘରୁ ଲୁଟିନେଲେ ୨୫ ଭରି ସୁନା ଅଳଙ୍କାର ସମେତ ୩୦ ହଜାର ଟଙ୍କା ଓ ୪ଟି ମୋବାଇଲ ଫୋନ । ଝରକା ଭାଙ୍ଗି ଏମ ଭେଙ୍କେଟ ରାବନାଙ୍କ ଘରେ ପଶିଥିଲେ ୧୦ ଜଣ ଡକାୟତ । ମାରଣାସ୍ତ୍ର ଦେଖାଇ ୭ଜଣ ଘର ଭିତରେ ଡକାୟତି କରିଥିବା ବେଳେ ଘର ବାହାରେ ୨ଜଣ ଜଗିଥିଲେ । ରାୟଗଡ଼ା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକେ ଘରେ ରହିବାକୁ ବି ସୁରକ୍ଷିତ ମନେକରୁନାହାନ୍ତି । ଏନେଇ ସ୍ଥାନିୟ ପ୍ରଶାସନ କୌଣସି ଠୋସ୍ ପଦକ୍ଷେପ ନେବାକୁ ଦାବି ଉଠିଛି । କାରଣ ଝରକାର ଭାଙ୍ଗି ଘରେ ପଶି ହାତଗୋଡ ବାନ୍ଧି ଲୁଟ କରିବା ଘଟଣା ସମସ୍ତଙ୍କୁ ଆତଙ୍କିତ କରିଛି |

ସୂଚନାଯୋଗ୍ୟ, ଗତକାଲି ରାତିରେ ଘରେ ସମସ୍ତେ ଖାଇ ସାରି ସୋଇପଡିଥିବା ବେଳେ, କିଛି ଦୁର୍ବୁତ୍ତ ଘରର ଝରକା ଭାଙ୍ଗି ଘର ଭିତରକୁ ଜୋର ଜବରଦସ୍ତ ପଶି ଆସିଥିଲେ | ପରେ ଏନେଇ ଘର ଓକା ଜାଣିବା ପରେ ପ୍ରତିବାଦ କରିଥିଲେ | ମାରଣାସ୍ତ୍ର ଦେଖାଇ ଭୟବିତ୍ତ କରାଇ ୭ଜଣ ଘର ଭିତରେ ଡକାୟତି କରିଥିବା ବେଳେ ଘର ବାହାରେ ୨ଜଣ ଜଗିଥିଲେ | ଦୁର୍ବୁତ୍ତ ମାନେ ୨୫ ଭରି ସୁନା ଅଳଙ୍କାର ସମେତ ୩୦ ହଜାର ଟଙ୍କା ଓ ୪ଟି ମୋବାଇଲ ଫୋନ ଲୁଟି ନେଇଥିବା ଅଭିଯୋଗ ହୋଇଛି |

Related Posts