ଦ୍ୱି-ପ୍ରହରରେ ମାତିଲେ ଦୁର୍ବୃତ୍ତ: କେନ୍ଦୁଝର କେନ୍ଦୁଆପଡା ଗାଁର ସଞ୍ଜୟ ନାଏକଙ୍କ ଘରେ ବୁଲାଇଲେ କଳାକନା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା କେନ୍ଦୁଆପଡା ଗାଁରେ ଚୋରି । ଦିନ ଦ୍ୱି-ପ୍ରହରରେ ସଞ୍ଜୟ ନାଏକଙ୍କ ଘରେ କଳାକନା ବୁଲାଇଛନ୍ତି ଚୋର । ପାଖାପାଖି ୭ ରୁ ୧୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ସଞ୍ଜୟ ନାଏକଙ୍କ ଘର ଲୋକେ ବାହାରେ ଚାକିରି କରୁଥିବାରୁ ଘରେ କେହି ରୁହନ୍ତି ନାହିଁ । କେବଳ ମଝିଆଁ ବୋହୁଁ ଶିକ୍ଷୟିତ୍ରୀ ଯୋଗୁଁ ପ୍ରତ୍ୟେକ ଶନିବାର ତାଙ୍କ ସ୍ୱାମୀ ସହିତ ଘରକୁ ଆସିଥାନ୍ତି । ତେବେ ଏହାସହ ଘରର ଜଗାରଖା ପାଇଁ ପାଖର ପଡିଶା ଜଣଙ୍କୁ ଦାୟିତ୍ୱ ଦେଇଥିଲେ । ଗତକାଲି ସକାଳେ ସେ ପଡିଶା ଲୋକ ଜଣଙ୍କ ଆସି କୁକୁଡା ଘରୁ କୁକୁଡା ଗୁଡିକୁ ଛାଡି ପଳାଇଥିଲେ । ପୁଣି ସନ୍ଧ୍ୟା ସମୟରେ କୁକୁଡା ଗୁଡିକୁ ଘରେ ବାନ୍ଧିବା ପାଇଁ ଆସିବା ସମୟରେ ଦେଖିଲେ ଯେ ତାଙ୍କ ଘର ସାମ୍ନା ଗ୍ରିଲ୍ ଖୋଲା ଅଛି । ସଙ୍ଗେ ସଙ୍ଗେ ସେ ପଡିଶା ଲୋକଙ୍କୁ ଡାକିବା ସହିତ ଘର ଲୋକଙ୍କୁ ଫୋନ୍ ଯୋଗେ ଖବର ଦେଇଥିଲେ ।

ଖବର ପାଇ ଘର ଲୋକେ ଆସି ପହଂଚିଥିଲେ । ଦେଖିଲେ ଘରେ ଥିବା ସମସ୍ତ ସୁନା ଅଳଙ୍କାର ଚୋରି ହୋଇଛି । ସଙ୍ଗେ ସଙ୍ଗେ ସଞ୍ଜୟ ନାଏକଙ୍କ ପରିବାର ଲୋକେ ଘଟଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଆଜି ଘଟଗାଁ ପୋଲିସ୍ ଓ ସାଇଁଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଲାଇଛନ୍ତି ।

Related Posts