ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ ପରୀକ୍ଷାଫଳ

result

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ। ତେବେ ମୋଟ ୮୦.୮୩ ପ୍ରତିଶତ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷାରେ ପାସ୍ କରିଥିବା ସୂଚନା ମିଳିଛି । ଏହା ସହ ମୋଟ ୫୨୩୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେଥିମଧ୍ୟରୁ ୩୧୦୦ ଛାତ୍ର ଏବଂ ୨୧୩୩ ଛାତ୍ରୀ ପାସ୍ କରିଛନ୍ତି । ଅଫଲାଇନରେ ଛାତ୍ରୀଙ୍କ ତୁଳନାରେ ଛାତ୍ର ଆଗରେ ରହିଛନ୍ତି । ଅପରିପକ୍ଷେଇ୧ ରେ ୪୨ ଜଣ ପାସ କରିଛନ୍ତି । A୨ରେ ୨୫୫ ଜଣ, B୨ରେ ୩୪୮ ଜଣ, B୨ରେ ୪୫୮ ଜଣ ପାସ କରିଛନ୍ତି । ସେହିପରି C ଗ୍ରେଡ୍‌‌ରେ ୫୯୯ ଏବଂ D ଗ୍ରେଡ୍‌ରେ ୮୪୬ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ଅନ୍ୟପଟେ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ ସଭାପତି ରାମାଶିଷ ହାଜରାଙ୍କ କହିବା ଅନୁସାରେ ଅଫ୍‌ଲାଇନ୍ ମାଟ୍ରିକ୍ ପରୀକ୍ଷା ୬୬୨୦ ଜଣ ଛାତ୍ରଛାତ୍ରୀ ଦେଇଥିଲେ।

ସେମାନଙ୍କ ଭିତରୁ ୧୪୬ ଜଣ ଛାତ୍ରଛାତ୍ରୀଙ୍କ ଫର୍ମ ରିଜେକ୍ଟ ହୋଇଥିଲା। ପରୀକ୍ଷାରେ ୧୦୮୬ ଜଣ ପିଲା ଅନୁପସ୍ଥିତ ଥିଲେ। କପି କରି ୧୪ ଜଣ ଧରାପଡ଼ିଥିଲେ। ତେବେ ଅଫ୍‌ଲାଇନ୍ ପରୀକ୍ଷାରେ ୫୨୩୩ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ୧୪୧ ଜଣ ଫେଲ୍ ହୋଇଛନ୍ତି ବୋଲି ବୋର୍ଡ ସଭାପତି କହିଛନ୍ତି। ସେହିପରି ଷ୍ଟେଟ୍ ଓପ୍‌ନ ସ୍କୁଲ୍ ଅଫ୍‌ଲାଇନ୍ ପରୀକ୍ଷା ୮୪୯୧ ଜଣ ଛାତ୍ରଛାତ୍ରୀ ଦେଇଥିଲେ। ସେମାନଙ୍କ ଭିତରୁ ୧୩୩୮୧ ଅନୁପସ୍ଥିତ ରହିଥିଲେ। କପି କରି ୧୯ ଜଣ ଧରା ପଡ଼ିଥିଲେ। ୬୩୦୯ ଜଣ ପାସ୍ କରିଛନ୍ତି। ପାସ୍ ହାର ୭୪.୩ % ରହିଛି। ଇ୧ରେ କୌଣସି ପିଲା ପାସ୍ କରିନାହାନ୍ତି। A୨ରେ ୧୭, B୧ରେ ୧୯୪, B୨ରେ୩୪୭, C-୮୧୬, D-୧୪୨୫, E-୩୫୧୦ ଜଣ ପାସ୍ କରିଛନ୍ତି। ଫେଲ୍ ହୋଇଛନ୍ତି ୩୨୮ ଛାତ୍ରଛାତ୍ରୀ। ୫୨ ଜଣ ପିଲା ୫ଟି ବିଷୟରେ ପରୀକ୍ଷା ଦେଇନଥିବାରୁ ସେମାନଙ୍କ ପରୀକ୍ଷା ଫଳ ପ୍ରକାଶ କରାଯାଇନାହିଁ ବୋଲି ବୋର୍ଡ ଉପସଭାପତି ନିହାର ମହାନ୍ତି କହିଛନ୍ତି।

Related Posts